Latest Odisha News

ଏସସିବି ଲଜ୍ଜା: ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର

କଟକ: ଗୋଟେପଟେ ସାରା ଦେଶ ଏବେ କୋଲକାତା ମେଡିକାଲ କଲେଜ ଘଟଣାକୁ ନେଇ ମର୍ମାହତ ଥିବା ବେଳେ ଏହାରି ଭିତରେ କଟକ ଏସସିବିରୁ ସାମ୍ନାକୁ ଆସିଥିଲା ଏକ ଜଘନ୍ୟ କାଣ୍ଡ । ୨ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ବାହାନାରେ ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ତନାଘନା । ଏହି ମାମଲାରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରିଥିଲା । ଏବେ ସେହି ଗିରଫ ଡାକ୍ତରଙ୍କୁ ବହିଷ୍କୃତ କରିଛନ୍ତି ଏସସିବି କର୍ତ୍ତୃପକ୍ଷ ।

ତେବେ ଏହି ଘଟଣାରେ ଡିଏମଇଟିଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏଥିସହିତ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସସିବି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ଡିଏମଇଟି । ଯାହାକୁ ନେଇ ଶୁକ୍ରବାର ଏସସିବି ମେଡିକାଲ କଲେଜ କାଉନ୍ସିଲଙ୍କ ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ଡାକ୍ତରଙ୍କୁ ବହିଷ୍କାର କରିଛି ଏସସିବି । କିଛି ଏମିତି ନିଷ୍ପତ୍ତି ନେଇ ଉକ୍ତ ଡାକ୍ତରଙ୍କୁ ଗିରଫ ବହିଷ୍କୃତ କରାଯାଇଛି ।

ସୂଚନାଯୋଗ୍ୟ, ଏହି ନିକଟ ଅତୀତରେ ୨ ମହିଳା ରୋଗୀ କଟକ ବଡ ମେଡିକାଲ ହୃଦରୋଗ ବିଭାଗକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ଡାକ୍ତର ଦିଲବାଗ ସିଂ ଠାକୁର ଇକୋ ବାହାନାରେ ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ସମ୍ପର୍କୀୟ ଏସସିବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଡୁଥିବା ବେଳେ ଏ ବିଷୟରେ ଜାଣିବା ପରେ ଉକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଉକ୍ତ ପୀଡିତାମାନେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହାକୁ ଭିତ୍ତି କରି କମିଶନରେଟ ପୁଲିସ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଥିଲା ।

Comments are closed.