Latest Odisha News

BREAKING NEWS

ସ୍କୁଲ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୨୫ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଜୈସଲମେରର ଧାଉଆ ଗ୍ରାମ ନିକଟରେ ଏକ ଏସଏମ ପବ୍ଲିକ୍ ସ୍କୁଲ ବସ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଛି। ଯାହା ଫଳରେ ପ୍ରାୟ ୨୫ଜଣ ପିଲା ବସ୍‌ରେ ଥିଲେ କିନ୍ତୁ ଡ୍ରାଇଭର ଠିକ୍ ସମୟ ମଧ୍ୟରେ ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବାରେ ସଫଳ ହୋଇଥିଲେ।

ପୌରପାଳିକା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଦୁର୍ଘଟଣାରେ କୌଣସି ପିଲା ଆହତ ହୋଇଥିବା ସୂଚନା ମିଳିନାହିଁ। ଯଦିଓ ସ୍କୁଲ ବସ୍‌ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ମଙ୍ଗଳବାର ସକାଳ ୬ଟା ୩୦ମି. ସମୟରେ ଜୈସଲମେରରେ ଏକ ଚଳନ୍ତା ସ୍କୁଲ ବସ୍‌ରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ ବସରେ ପ୍ରାୟ ୨୫ ଜଣ ପିଲା ଥିଲେ।ଇଞ୍ଜିନ୍‌ରୁ ଧୂଆଁ ଉଠିବାରୁ ଡ୍ରାଇଭର ତୁରନ୍ତ ବସ୍‌କୁ ଅଟକାଇ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ତା’ପରେ ନିଆଁ ସମ୍ପୂର୍ଣ୍ଣ ବସ୍‌କୁ ଗ୍ରାସ କରିଥିଲା। ଧାଉଆ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସୂଚନା ପାଇବା ପରେ ତିନୋଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ନିଆଁ ଲିଭିବା ପର୍ଯ୍ୟନ୍ତ ବସ୍‌ର ଅଧିକାଂଶ ଅଂଶ ପୋଡ଼ି ପାଉଁଶ ହୋଇଯାଇ ଥିଲା। ସୌଭାଗ୍ୟବଶତଃ କୌଣସି ପିଲା କିମ୍ବା କର୍ମଚାରୀ ଆହତ ହୋଇ ନଥିଲେ। ତଥାପି ବସ୍‌ରେ ଥିବା ପିଲାମାନଙ୍କର ସ୍କୁଲ ବ୍ୟାଗ୍, ପୁସ୍ତକ ଏବଂ ଅନ୍ୟାନ୍ୟ ଜିନିଷପତ୍ର ପୋଡ଼ି ଯାଇଛି।

ରିପୋର୍ଟ ଅନୁଯାୟୀ, ବସ୍‌ଟି ପିଥାଲା ଗାଁରୁ ପିଲାମାନଙ୍କୁ ନେଇ ସହରଠାରୁ ପ୍ରାୟ ୧୨ କିଲୋମିଟର ଦୂର ଡାବଲା ରୋଡ୍‌ରେ ଥିବା ଏସ୍‌ଏମ୍‌ ପବ୍ଲିକ୍‌ ସ୍କୁଲକୁ ଯାଉଥିଲା। ବସ୍‌ଟି ଧାଉଆ ନିକଟରେ ପହଞ୍ଚିବା ମାତ୍ରେ ହଠାତ୍ ଇଞ୍ଜିନରୁ ଧୂଆଁ ଉଠିବାକୁ ଲାଗିଥିଲା। କିଛି ସେକେଣ୍ଡ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।

ଡ୍ରାଇଭର ବିଳମ୍ବ ନକରି ରାସ୍ତା କଡ଼ରେ ବସ୍‌କୁ ଅଟକାଇ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବରେ ଜଣ ଜଣ କରି ବାହାର କରିଥିଲେ। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ କରିଥିଲେ।

 

Leave A Reply

Your email address will not be published.