Latest Odisha News

BREAKING NEWS

ସ୍କୁଲ ବିକ୍ରି ପାଇଁ ପିଲା ଦେଇ ଦେଲେ ଅନ୍‌ଲାଇନରେ ବିଜ୍ଞାପନ

ନ୍ୟୁୟର୍କ: ପିଲାମାନଙ୍କ ପାଇଁ ଶିକ୍ଷା କେତେ ଜରୁରୀ ଓ ଏହାର ମହତ୍ୱ କେତେ ତାହା ଉଣା ଅଧିକେ ସବୁ ଅଭିଭାବକ ଜାଣନ୍ତି । କିନ୍ତୁ ଏକଥା ସ୍କୁଲ ଯାଉଥିବା ଅନେକ ପିଲାଙ୍କୁ ଅଜଣା ଥାଏ । ସ୍କୁଲରେ ଶୃଙ୍ଖଳିତ ନିୟମ ଓ ପାଠ ପଢିବା ପାଇଁ ଘଣ୍ଟା ଘଣ୍ଟା ଧରି ସ୍କୁଲରେ ଉପସ୍ଥିତ ରହିବା ଆଦିକୁ ନେଇ ଅନେକ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ଅମଙ୍ଗ ହୁଅନ୍ତି । ଏସବୁ କିଛି ନୂଆ କଥା ନୁହେଁ । କିନ୍ତୁ ସ୍କୁଲ ପାଠପଢାରେ ବିରକ୍ତ ହୋଇ କିଛି ପିଲା ଏଭଳି କିଛି କାରନାମା କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ଆମେରିକା ମାରିଲାଣ୍ଡରେ ରହିଛି ମେଡ୍ ହାଇସ୍କୁଲ । ସ୍କୁଲ ଉପରେ ବିରକ୍ତ ହୋଇ କିଛି ପିଲା ସେହି ସ୍କୁଲକୁ ଅନ୍‌ଲାଇନ ବିକ୍ରି କରିବାକୁ ଯୋଜନା କଲେ । ପରେ ସ୍କୁଲକୁ ବିକ୍ରି କରିବାକୁ ଏକ ବିଜ୍ଞାପନ ବି ଦେଲେ । ବିଜ୍ଞାପନରେ ଉଲ୍ଲେଖ କରିଥିଲେ ଯେ, ଏହି ସ୍କୁଲର ଦାମ ମାତ୍ର ୪୩ ଲକ୍ଷ ଟଙ୍କା । ଏହା ଏକ ଭଲ ଏବଂ ଅଧା କାମ କରୁଥିବା ଜେଲ ଅଟେ । ସ୍କୁଲଟି ୧୨,୪୫୮ ବର୍ଗଫୁଟରେ ନିର୍ମିତ । ଏଥିରେ ୨୦ଟି ଗୃହ, ୧୫ଟି ଗାଧୁଆଘର, ଗୋଟିଏ ରୋଷେଇଘର ଏବଂ ଏକ ବାସ୍କେଟବଲ ପିଚ୍ ରହିଛି । ସମସ୍ତ ଗାଧୁଆଘରେ ପାଣି ସମସ୍ୟା ରହିଛି । ଏହି ବିଜ୍ଞାପନ ଖୁବ୍ ଭାଇରାଲ ହେଉଥିବାବେଳେ ଏଥିରେ ଅନେକ ଭିନ୍ନ ଭିନ୍ନ ମତ ରଖିଛନ୍ତି ।

Comments are closed.