Latest Odisha News

BREAKING NEWS

ଟ୍ରକକୁ ପଛରୁ ପିଟିଲା ସ୍କୁଲ ପିକନିକ୍ ବସ୍ : ୩ ଆହତ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର : ଟ୍ରକକୁ ପଛରୁ ପିଟିଲା ସ୍କୁଲ ବସ୍  । ୩ଜଣ  ପିଲା ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ ନଂ ଜାତୀୟ ରାଜପଥ ର ଧକୋଠା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସ୍ ପିକନିକ୍ ଯାଉଥିବା ବେଳେ ବସଟି ହଠାତ୍ ଯାଇ ଟ୍ରକ ପଛରୁ ପିଟିଥିଲା  । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ଘଟଣାଟି ଆଜି ସକାଳ  ପ୍ରାୟ ୬ଟା ୧୫ରେ ଘଟିଛି । ବସରେ ୫୦ରୁ ଉର୍ଦ୍ଧ୍ବ ସ୍କୁଲ ପିଲା ଥିବା ଜଣାପଡିଛି ।

ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ଆହତ ହୋଇଛନ୍ତି । ଦୁର୍ଘଟଣାରେ ବସ୍ ଡ୍ରାଇଭର ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି  । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁରରୁ ପିକନିକ ସାରି ବାଲେଶ୍ବର ଫେରିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତର ଥିବା ଛାତ୍ରଛାତ୍ରୀ ଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କିଛି ଦିନ ତଳେ ମଧ୍ୟ ଏଠାରେ ଏକ ବଡ ଦୁର୍ଘଟଣା ଘଟିଥିଲା  । ବ୍ରହ୍ମପୁର ଅଞ୍ଚଳର ଅନେକ ଲୋକ ଏଥିରେ ମୃତାହତ ହୋଇଥିଲେ । ଘଟଣାସ୍ଥଳରେ ଘଷିପୁର ପୋଲିସ ଏବଂ ଏସଡିପିଓ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.