Latest Odisha News

BREAKING NEWS

ଆଉ ୪ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି; ୨୪ ଯାଏ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଜୁନ ୨୧ ତାରିଖରେ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ସ୍କୁଲ ୨୨ ତାରିଖରେ ଖୋଲିବ ବୋଲି କୁହାଯାଇଥିଲା । ଏହି ଦୁଇ ଜିଲ୍ଲା ପରେ ପଶ୍ଚିମ ଓଡ଼ିଶାର ଆହୁରି ତିନି ଜିଲ୍ଲାର ଗ୍ରୀଷ୍ମ ଛୁଟି ଅବଧିକୁ ବଢାଇ ଦିଆ ଯାଇଛି । ଏହି କ୍ରମରେ ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ୨୩ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

୨୩ ଓ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଯାଏ ସ୍କୁଲ ଚାଲିବ। ସାଢ଼େ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ତେବେ ୨୫ ତାରିଖ ରବିବାର ପଡ଼ୁଥିବା ବେଳେ ୨୬ ତାରିଖରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ୧୦ଟାରୁ ଖୋଲିବ ।  ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ୨ ଦିନ ସକାଳୁଆ ସ୍କୁଲ ହେବ ।   ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ ୨୬ରୁ ସ୍ୱାଭାବିକ ସମୟରେ  ଖୋଲିବ। ନୂଆପଡ଼ା ଜିଲ୍ଲାରେ ଜୁନ ୨୩ ଓ ୨୪ ତାରିଖ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସାଢ଼େ ୮ଟାରୁ ୯ ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବଲାଙ୍ଗିରରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହି ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏ ସ୍କୁଲ ଗୁଡ଼ିକ  ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ।

ଏହା ପୂର୍ବରୁ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ସ୍କୁଲ ୨୨ ତାରିଖରେ ଖୋଲିବ ବୋଲି ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।ଏହି ଦୁଇ ଜିଲ୍ଲାର ସମସ୍ତ ସ୍କୁଲ  ୨୨ରୁ ୨୪ ଯାଏ  ସକାଳୁଆ ଖୋଲିବ ବୋଲି କୁହାଯାଇଥିଲା ।

ସୂଚନାଥାଉ କି,   ଦୀର୍ଘଦିନର ଗ୍ରୀଷ୍ମଛୁଟି ଅବଧି ସରିବା ପରେ ଜୁନ ୨୧ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ଗଣଶକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ଏବେ ବି ପଶ୍ଚିମ ଓଡ଼ିଶାର   କିଛି ଜିଲ୍ଲାରେ  ତାପମାତ୍ରା ଜାରି ରହିଛି । ତାପମାତ୍ରାକୁ ଦୃଷ୍ଟିରେ ସେହିସବୁ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ବୋଲି   ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.