Latest Odisha News

ସକାଳୁ ସକାଳୁ ପିଲାଙ୍କୁ ନେଇ ଯାଉଥିଲା ସ୍କୁଲ ଭ୍ୟାନ; ରାସ୍ତାକଡକୁ ଓଲଟି ପଡିଲା

ଜଗତସିଂପୁର:ସକାଳୁ ସକାଳୁ ସ୍କୁଲ ପିଲାଙ୍କୁ ନେଇ ଯାଉଥିଲା ଟାଟା ଭ୍ୟାନ । ରାସ୍ତାକଡକୁ ଓଲଟି ପଡିଲା । ଏମିତି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ନିକଟ ସନ୍ତରାଗଡ଼ା ନିକଟରେ  ।

ଦୁର୍ଘଟଣାରେ ୧୧ ଛାତ୍ରଛାତ୍ରୀଙ୍କ ସମତେ ୨ ଜଣ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଟାଟା ମ୍ୟାଜିକ ଗାଡିଟି କିଛି ପିଲା ଏବଂ ଶିକ୍ଷୟିତ୍ରୀଙ୍କୁ ନେଇ  ଅଗପାଳ ଆଦର୍ଶ ବିଦ୍ୟାଳୟ ଯାଉଥିଲା ।  ହେଲେ ବାଟରେ ହଠାତ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ  କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଭ୍ୟାନଟି କାହିଁକି ଓଲଟି ପଡିଲା ଜଣାପଡି ନାହିଁ । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

 

Leave A Reply

Your email address will not be published.