ମୁମ୍ବାଇ: ହନିଟ୍ରାପ ମାମଲାରେ ଡିଆରଡିଓ ବୈଜ୍ଞାନିକ ଗିରଫ। ମହାରାଷ୍ଟ୍ର ପୁଣେର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ନିର୍ଦ୍ଦେଶକ ପ୍ରଦୀପ କୁରୁଲକର ହନିଟ୍ରାପ ଜାଲରେ ଫସି ଦେଉଥିଲେ ଗୁପ୍ତ ତଥ୍ୟ। ମହାରାଷ୍ଟ୍ର ଏଟିଏସ ଟିମ୍ ପ୍ରଦୀପ କୁରୁଲକରଙ୍କୁ ଏବେ ଗିରଫ କରିଛି। ଏଟିଏସ୍ ଗିରଫ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ହନିଟ୍ରାପରେ ଫସିଯିବା ପରେ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କୁ ସମ୍ବେଦନଶୀଳ ସୂଚନା ଦିଆଯାଇଥିଲା। ଅବସରରୁ କିଛି ମାସ ପୂର୍ବରୁ ପ୍ରଦୀପ କୁରୁଲକର ହନିଟ୍ରାପରେ ପଡ଼ିଯାଇଥିଲେ।
ଗଛ କିଛି ମାସ ଧରି ମୋବାଇଲ୍ ଫୋନ୍ ମାଧ୍ୟମରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ସହ ଜଡିତ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ଏହି ବୈଜ୍ଞାନିକ ଜଣଙ୍କ। ଡିଆରଡିଓର ସଚେତନତା ଏବଂ ଗୁପ୍ତଚର ଟିମ୍ ପ୍ରଦୀପ କୁରୁଲକରଙ୍କ ଉପରେ ନଜର ରଖିଥିଲା।
ମହାରାଷ୍ଟ୍ର ଏଟିଏସ୍ ଡିଆରଡିଓର ମୁଖ୍ୟ କ୍ୱାର୍ଟରର ଜଣେ ବରିଷ୍ଠ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଗତକାଲି ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି। ଗିରଫ ପରେ କୁରୁଲକରଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମେ ୯ ତାରିଖ ପର୍ଯ୍ୟନ୍ତ କୋର୍ଟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି।
ଏଟିଏସ୍ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ହ୍ୱାଟସଆପ ମେସେଜ୍, ଭଏସ୍ କଲ୍, ଭିଡିଓ ଇତ୍ୟାଦି ମାଧ୍ୟମରେ ଡିଆରଡିଓର ବୈଜ୍ଞାନିକମାନେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହ ଯୋଗାଯୋଗରେ ଥିଲେ। ଏପରି କରି ଡିଆରଡିଓ ଅଧିକାରୀ ତାଙ୍କ ପଦବୀର ଅପବ୍ୟବହାର କରିଛନ୍ତି।
Comments are closed.