ଲଣ୍ଡନ: ସମୂଦ୍ର ମଧ୍ୟରେ ଅନେକ ମୂଲ୍ୟବାନ ପଦାର୍ଥ ପଡି ରହିଛି । ଏହା ମଧ୍ୟରେ ସୁନା ମଧ୍ୟ ରହିଛି । ନେଚର ଏବଂ ଜର୍ଣ୍ଣାଲ ଅଫ ଦି ଆମେରିକାନ କେମିକାଲ ସୋସାଇଟିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମୂଦ୍ର ମଧ୍ୟରେ ୧୦ କୋଟି ମେଟ୍ରିକ ଟନର ସୁନା ପଡି ରହିଛି । ଏହାର ମୂଲ୍ୟ ୨୦୦୦ କୋଟି ଡଲାର ହେବ । ସମୂଦ୍ର ମଧ୍ୟରୁ ସୁନା କିପରି ଅଣାଯାଇ ପାରିବ ସେ ନେଇ ବୈଜ୍ଞାନିକମାନେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରି ନାହାନ୍ତି । ପ୍ରାକୃତିକ ପ୍ରକ୍ରିୟା ମାଧ୍ୟମରେ ସୁନା ସମୂଦ୍ର ମଧ୍ୟକୁ ପ୍ରବେଶ କରିଛି । ବର୍ଷା, ଭୂମିକମ୍ପ ଏବଂ ନଦୀ ମାଧ୍ୟମରେ ଏହା ସମୂଦ୍ରକୁ ଯାଇଥାଏ । ଏଥିରୁ ସୁନାକୁ ବାହାର କରି ଆଣିବା ଏକ ଜଟିଳ ପ୍ରକ୍ରିୟା ।
ଏକ ଲିଟର ପାଣିରେ ୧ ନ୍ୟାନୋଗ୍ରାମରୁ ମଧ୍ୟ କମ ସୁନା ମିଳିବ । ଏଥିରୁ ଆପଣମାନେ ଜାଣି ପାରୁଥିବେ ସୁନା ପାଇବା କେତେ କଷ୍ଟକର ହେବ । କିଛି ଦିନ ତଳେ ବୈଜ୍ଞାନିକମାନେ ବିଦ୍ୟୁତ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ସୁନା ଆଣିବା ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ଏହାର ବଜେଟ ବାହାରିଥିବା ସୁନାର ୫ଗୁଣ ଅଧିକ ହୋଇଥିଲା । ଚନ୍ଦ୍ର ପୃଷ୍ଟରେ, ଆଗ୍ନେୟଗିରି ଏବଂ ଏବେ ସମୂଦ୍ର ମଧ୍ୟରେ ସୁନାର ସନ୍ଧାନ ମିଳିଛି । ତେବେ ଏ ସବୁ ସ୍ଥାନରୁ ସୁନା ଆଣିବା ଏତେ ସହଜ ନୁହେଁ ।