ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଲ୍ୟାବରେ କୃତ୍ରିମ କ୍ଷୁଦ୍ର ମସ୍ତିଷ୍କ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ଏହି ମସ୍ତିଷ୍କକୁ ଅନୁଧ୍ୟାନ କରି ଡାକ୍ତରମାନେ ଅନେକ ରୋଗର ନିରାକରଣ କରପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଅଟିଜିମ, ଡିପ୍ରେଶନ ଓ ଅଲଜାଇମର ପରି ରୋଗକୁ ସହଜରେ ଭଲ କରାଯାଇପାରିବ । ବୈଜ୍ଞାନିକଙ୍କ ଏହି ଗବେଷଣା ଆଗାମୀ ଦିନରେ ବରଦାନ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏହି ମଡେଲର ନାମ ମଲ୍ଟି ରିଜନ ବ୍ରେନ ଅର୍ଗାନାଇଡ ରଖାଯାଇଛି । ୪୦ ଦିନର ମାନବ ଭ୍ରୁଣର ମସ୍ତିଷ୍କ ସହ ଏହା ପ୍ରାୟତଃ ସମାନ ।
ଭାରତରେ ଦିନକୁ ଦିନ ଅଟିଜିମ ଓ ଅଲଜାଇମର ପରି ରୋଗ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗର ମୂଳ କାରଣକୁ ଜାଣିବାରେ ଏହି କୃତ୍ରିମ ମସ୍ତିଷ୍କ ସହାୟତା ପ୍ରଦାନ କରିବ ବୋଲି ଆଇଏଚବିଏଏସର ପଫେସର ଓମ ପ୍ରକାଶ କହିଛନ୍ତି । ମିନି ବ୍ରେନ ମାଧ୍ୟମରେ ଔଷଧର ପରୀକ୍ଷଣ ମଧ୍ୟ କରାଯାଇ ପାରିବ । ଯାହାକି ପରେ ରୋଗୀଙ୍କୁ ଭଲ କରିବାରେ ସହଜ ହେବ । ଆଗକୁ ଏହି ମିନି ବ୍ରେନ ଉପରେ ଗବେଷଣା ଜାରୀ ରଖାଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
Comments are closed.