Latest Odisha News

ଆସନ୍ତୁ ଜାଣିବା ପୃଥିବୀରେ ପିମ୍ପୁଡିଙ୍କ ସଂଖ୍ୟା କେତେ ?

ହଂକଂ: ପୃଥିବୀ ପୃଷ୍ଠରେ ମଣିଷ ହେଉ କିମ୍ବା ବିଶେଷ ପ୍ରଜାତିର ଜୀବଜନ୍ତୁଙ୍କ ଗଣତି ସହଜରେ ହୋଇ ଯାଇଥାଏ । ତେବେ ପୃଥିବୀ ପୃଷ୍ଠରେ କେତେ ପିମ୍ପୁଡି ଅଛନ୍ତି ତାର ଗବେଷଣା କରିବା ପରେ ଏହାର ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ୫୦୦ ପ୍ରକାରର ପିମ୍ପୁଡିଙ୍କ ଉପରେ ଗବେଷଣା କରାଯାଇ ଏହାର ସଂଖ୍ୟା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ପୃଥିବୀରେ ୨୦,୦୦୦,୦୦୦,୦୦୦, ୦୦୦, ୦୦୦ ପିମ୍ପୁଡି ଅଛନ୍ତି । ଯଦି ମଣିଷ ସହ ଏହାର ତୁଳନା କରାଯାଏ ତାହାହେଲେ ଜଣକ ପିଛା ୨.୫ ମିଲିୟନ ପିମ୍ପୁଡି ପଡିବେ । ନ୍ୟାଶନାଲ ଏକାଡେମୀ ଅଫ ସାଇସେଂଜ ଜର୍ଣ୍ଣାଲରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ପିମ୍ପୁଡିଙ୍କ ଯୋଗୁ ଆମ ପରିବେଶ ସୁସ୍ଥ ରହୁଛି । ପିମ୍ପୁଡିମାନଙ୍କ ଯୋଗୁ ୧୨ ମିଲିୟନ ଟନ ବାୟୋମାସ ଉତ୍ପନ୍ନ ହୋଇଥାଏ । ଏହା ମଣିଷ ତୁଳନାରେ ୫ ଭାଗରୁ ଭାଗେ ।

ବାୟୋମାସ ଯୋଗୁ ପ୍ରକୃତିର ସନ୍ତୁଳନ ବଜାୟ ରହୁଛି । ପିମ୍ପୁଡିଙ୍କ ଯୋଗୁ ଫୁଡ ଚେନ ମଧ୍ୟ ଶୃଙ୍ଖଳିତ ରହୁଛି । ଆପଣମାନଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ପୃଥିବୀରେ ୧୫୭୦୦ ପ୍ରଜାତି ଓ ଉପ ପ୍ରଜାତିର ପିମ୍ପୁଡି ଅଛନ୍ତି । ମଣିଷ ତୁଳନାରେ ପ୍ରକୃତି ପ୍ରତି ପିମ୍ପୁଡିର ଯୋଗଦାନ ଅଧିକ ରହୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Comments are closed.