ୱାଶିଂଟନ: ସାମ୍ନାକୁ ଆସିଲା କରୋନା ଭାଇରସ ସଂକ୍ରମିତ ଜୀବକୋଷର ଫଟୋ । ଏହି ଫଟୋକୁ ବୈଜ୍ଞାନିକମାନେ ଜାରି କରିଛନ୍ତି । ଏହି ଫଟୋ ହେଉଛି ପରୀକ୍ଷାଗାରରେ ବିକଶିତ କରାଯାଇଥିବା କରୋନା ଭାଇରସ ଆକ୍ରାନ୍ତ ଶ୍ୱାସନଳୀ ଜୀବକୋଷର । ଫୁସ୍ଫୁସ୍ରେ ଥିବା ପ୍ରତି ଜୀବକୋଷରେ କେତେ ସଂଖ୍ୟକ ଭୂତାଣୁ ସୃଷ୍ଟି ହୋଇ ବାହାରୁଛନ୍ତି ତାହା ଏଥିରେ ଚିତ୍ରିତ ହୋଇଛି। ଏହି ଫଟୋଚିତ୍ର ‘ନିଉ ଇଂଲଣ୍ଡ୍ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍’ରେ ପ୍ରକାଶ ପାଇଛି।ଶ୍ୱାସନଳୀରେ ସାର୍ସ-କୋଭ୍-୨ ସଂକ୍ରମଣ ହେଲେ ତାହା କେତେ ଭୟଙ୍କର ଓ ତୀବ୍ର ହୋଇପାରେ । ତାହା ବୁଝାଇବା ପାଇଁ ୟୁନିର୍ଭସିଟି ଅଫ୍ ନର୍ଥ କ୍ୟାରୋଲିନା ଚିଲ୍ଡ୍ରେନ୍ସ ରିସର୍ଚ୍ଚ ଇନ୍ଷ୍ଟିଚୁଟା କ୍ୟାମିଲି ଏର୍ଙ୍କ ସମେତ ଅନ୍ୟ ଗବେଷକମାନେ ଉଠାଇ ଏହି ଫଟୋକୁ ଜାରି କରିଛନ୍ତି ।
ଏହି ଫଟୋଟି ଦେଖିବାକୁ ଗ୍ରାଫିକ ରୂପରେ ରହିଛି, ଯାହା ସହଜରେ ବୁଝିହେବ । ଉଚ୍ଚ କ୍ଷମତା ସମ୍ପନ୍ନ ଅଣୁବୀକ୍ଷଣୀୟ ଫଟୋରେ ଦେଖାଯାଉଛି । ସମଗ୍ର ଟିସୁରେ ସଂକ୍ରମଣ ବିସ୍ତାର କରିବାକୁ ଏବଂ ଅନ୍ୟ ଲୋକମାନଙ୍କୁ ସଂକ୍ରମିତ କରିବାକୁ ମାନବ ଶ୍ୱାସପ୍ରଶ୍ୱାସ ନଳୀରେ ବିପୁଳ ସଂଖ୍ୟକ ଭୂତାଣୁ କଣିକା ପ୍ରସ୍ତୁତ ହୋଇ ରହିଛନ୍ତି।
ଏହି ଗବେଷଣାରେ ବୈଜ୍ଞାନିକମାନେ ମାନବର ଫୁସ୍ଫୁସ୍ରେ ଥିବା ବ୍ରୋଙ୍କିଲା ଏପିଥେଲିଆ ଜୀବକୋଷରେ ଅଭିନବ କରୋନଭାଇରସ୍ ‘ସାର୍ସ-କୋଭ୍-୨’ ପ୍ରବେଶ କରାଇଥିଲେ। ୯୬ ଘଣ୍ଟା ପରେ ତାହାକୁ ସେମାନେ ଉଚ୍ଚ କ୍ଷମତାସମ୍ପନ୍ନ ସ୍କାନିଙ୍ଗ୍ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପିରେ ଅନୁଶୀଳନ କରିଥିଲେ।
Comments are closed.