Latest Odisha News

‘ବାହାନଗା ଦୁର୍ଘଟଣାର ପୁନରାବୃତ୍ତି ହେବ’: ଅଜ୍ଞାତ ବ୍ୟକ୍ତିର ଧମକପୂର୍ଣ୍ଣ ଚିଠି, ସତର୍କ ହେଲା ରେଳବାଇ

ହାଇଦ୍ରାବାଦ: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବା ଏସସିଆର ଏକ ଧମକପୂର୍ଣ୍ଣ ଅଜ୍ଞାତ ଚିଠି ପାଇଛି। ଯେଉଁଥିରେ ହାଇଦ୍ରାବାଦ-ଦିଲ୍ଲୀ ରେଳପଥରେ ଟ୍ରେନ୍ ଦୁର୍ଘଟଣା ଘଟିବା ନେଇ ଧମକ ଦିଆଯାଇଛି। ଜୁନ୍ ୩୦ରେ ମିଳିଥିବା ଏହି ଚିଠିରେ ବାଲେଶ୍ବର ବାହାନଗା ପରି ଟ୍ରେନ୍ ଦୁର୍ଘଟଣା ହେବ ବୋଲି ଉଲ୍ଲେଖ ରହିଛି। ଏହାପରେ ଏସସିଆର ସମସ୍ତ ଜୋନରେ ରେଡ ଆଲର୍ଟ ଜାରି କରି ଚିଠିର ତଦନ୍ତ କରୁଛି। ଏହି ଧମକ ସମ୍ପର୍କରେ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି।

ସୋମବାର ଏସସିଆର ମହାପ୍ରବନ୍ଧକ ଅରୁଣ କୁମାର ଜୈନ ପ୍ରମୁଖ ବିଭାଗୀୟ ମୁଖ୍ୟ ଓ ମଣ୍ଡଳ ରେଳ ପରିଚାଳକଙ୍କ ସହ ସୁରକ୍ଷା ସମୀକ୍ଷା ବୈଠକ କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏସସିଆର ଏହି ଧମକପୂର୍ଣ୍ଣ ଚିଠିକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସେହିପରି ରେଳପଥ ପକ୍ଷରୁ ସମସ୍ତ ଷ୍ଟେସନ ଓ ରେଳ ଧାରଣାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଜନସାଧାରଣଙ୍କୁ ସତର୍କ ରହିବା ସହ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ପ୍ରଶାସନକୁ ଜଣାଇବା ପାଇଁ କୁହାଯାଇଛି।

ସେପଟେ ରେଳ ସୁରକ୍ଷା କମିଶନର (ସିଆରଏସ୍) ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଲେଭଲ କ୍ରସିଂ ଲୋକେସନ ବକ୍ସ ଭିତରେ ତାରର ଭୁଲ ଲେବଲିଂ ବର୍ଷ ବର୍ଷ ଧରି ଅଚଳ ହୋଇ ପଡ଼ିଥିଲା। ଫଳରେ ମେଣ୍ଟେନାନ୍ସ କାମ ସମୟରେ ଏହି ତାର ମିଶିଯାଇଥିଲା, ଯାହା ଫଳରେ ଦୁର୍ଘଟଣା ଘଟିଛି।

ସିଆରଏସ୍ ମୁଖ୍ୟତଃ ଏହି ଦୁର୍ଘଟଣା ପାଇଁ ସିଗନାଲ ବିଭାଗକୁ ଦାୟୀ କରିଛନ୍ତି। ତେବେ ସିଗନାଲ କଣ୍ଟ୍ରୋଲ ସିଷ୍ଟମର “ଅସ୍ୱାଭାବିକ ଆଚରଣ”କୁ ଠାବ କରିବାରେ ବିଫଳ ହୋଇଥିବାରୁ ଷ୍ଟେସନ ମାଷ୍ଟରଙ୍କ ନାଁ ମଧ୍ୟ ନିଆଯାଇଛି। ଯଦି ଷ୍ଟେସନ ମାଷ୍ଟର ଏପରି ଅବ୍ୟବସ୍ଥା କଥା ଜାଣିଥିଲେ ସେ କାହିଁକି ପଦକ୍ଷେପ ନେଇନଥିଲେ ବୋଲି କୁହାଯାଇଛି। ସେ ଆଗୁଆ ପଦକ୍ଷେପ ନେଇଥିଲେ ଏପରି ଏକ ଦୁଃଖଦ ଘଟଣାକୁ ରୋକାଯାଇ ପାରିଥାନ୍ତା।

Leave A Reply

Your email address will not be published.