Latest Odisha News

BREAKING NEWS

WhatsAppରେ ବି ହୋଇପାରିବ ସ୍କ୍ରିନ୍ ସେୟାରିଂ, ଜାଣନ୍ତୁ କେମିତି କରିବେ ବ୍ୟବହାର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଆପଣଙ୍କ ପରିଚିତ ବ୍ୟକ୍ତିଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ପଡ଼େ, ତେବେ ଏନିଡେସ୍କ କିମ୍ବା ଗୁଗୁଲ ମିଟ୍ ଭଳି ଆପ୍‌ସର ଆବଶ୍ୟକତା ନାହିଁ। ଆପଣ ହ୍ୱାଟ୍ସଆପ ମାଧ୍ୟମରେ ମଧ୍ୟ ସ୍କ୍ରିନ୍ ଶେୟାର କରିପାରିବେ। ମେଟା ଅଧିନରେ ଥିବା ଏହି ଆପ୍‌ରେ ବହୁ ସମୟ ଧରି ଏହି ଫିଚର ଉପଲବ୍ଧ ହେଉଛି। ହ୍ୱାଟ୍ସଆପ ଜରିଆରେ ସ୍କ୍ରିନ୍ ଶେୟାର କରି ଆପଣ ଆପଣଙ୍କ ମୋବାଇଲ୍ କିମ୍ବା ଲାପଟପରୁ ଅନ୍ୟ ଲୋକଙ୍କୁ ପ୍ରେଜେଣ୍ଟେସନ୍ ଏବଂ କଣ୍ଟେଣ୍ଟ ଆଦି ଦେଖାଇ ପାରିବେ। ଆସନ୍ତୁ ଜାଣିବା ହ୍ୱାଟ୍ସଆପ ଜରିଆରେ ସ୍କ୍ରିନ୍ ଶେୟାର କିପରି କରାଯାଇପାରେ।
ପ୍ରଥମେ କରନ୍ତୁ ଭିଡିଓ କଲ୍
ସ୍କ୍ରିନ୍ ଶେୟାର କରିବା ପାଇଁ ପ୍ରଥମେ ଆପଣଙ୍କୁ ଭିଡିଓ କଲ୍ କରିବାକୁ ପଡ଼ିବ। ଅଡିଓ କଲ୍ ଜରିଆରେ ସ୍କ୍ରିନ୍ ସେୟାରିଂ ସମ୍ଭବ ନୁହେଁ। ଏହାପରେ ଭିଡିଓ କଣ୍ଟ୍ରୋଲ ସେକ୍ସନରେ ଥିବା ତିନୋଟି ଡଟ୍‌ ଉପରେ ଟାପ୍ କରନ୍ତୁ। ଏଠାରେ ଆପଣଙ୍କୁ ସ୍କ୍ରିନ୍ ସେୟାରର ଅପସନ୍ ଦେଖାଯିବ। ଏହା ଉପରେ ଟାପ୍ କରିବା ମାତ୍ରେ ଏକ ପ୍ରମ୍ପଟ ଆସିବ, ଯାହା ସୂଚାଇବ ଯେ ଆପଣ ହ୍ୱାଟସଆପରେ ରେକର୍ଡିଂ କରିବାକୁ ଯାଉଛନ୍ତି। ଆଗକୁ ବଢ଼ିଲେ ଆପଣଙ୍କୁ କୌଣସି ଆପ୍ କିମ୍ବା ପୂରା ସ୍କ୍ରିନ୍ ସେୟାର କରିବାର ଅପସନ୍ ମିଳିବ। କାମ ସରିବା ପରେ ଆପଣ “ଷ୍ଟପ୍ ଶେୟାରିଂ” ବଟନ୍‌ରେ ଟାପ୍ କରି ସ୍କ୍ରିନ୍ ଶେୟାରିଂ ବନ୍ଦ କରିପାରିବେ।

ହ୍ୱାଟସଆପରେ ସ୍କ୍ରିନ୍ ସେୟାରିଂ ଫିଚର ବହୁତ ଉପଯୋଗୀ, କିନ୍ତୁ ସାଇବର ଅପରାଧୀମାନେ ଏହାର ଦୁରୁପଯୋଗ ମଧ୍ୟ କରୁଛନ୍ତି। ସେମାନେ ଏହି ଫିଚର ଜରିଆରେ ଲୋକଙ୍କୁ ନିଜ ଜାଲରେ ଫସାଇ ସ୍କାମ କରୁଛନ୍ତି। ଏଥିରେ ସେମାନେ ବ୍ୟାଙ୍କ କିମ୍ବା ସରକାରୀ ଅଧିକାରୀ ସାଜି ଭିଡିଓ କଲ୍ କରି ଲୋକଙ୍କୁ କଥାରେ ଫସାଇ ସ୍କ୍ରିନ୍ ଶେୟାର କରିବାକୁ କହନ୍ତି। ଯେତେବେଳେ କୌଣସି ବ୍ୟକ୍ତି ନିଜ ସ୍କ୍ରିନ୍ ଶେୟାର କରେ, ସ୍କାମର୍ସ ବ୍ୟାଙ୍କ ଡିଟେଲ୍ସ, OTP ଏବଂ ବ୍ୟକ୍ତିଗତ ମେସେଜ ଆଦି ଦେଖି ନିଅନ୍ତି। ଏହି ତଥ୍ୟର ସାହାଯ୍ୟରେ ସେମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେନ୍ଧ ଲଗାଇ ଟଙ୍କା ଉଠାଇ ନେଇପାରନ୍ତି।

Comments are closed.