Latest Odisha News

BREAKING NEWS

ଭାରତ ପହଞ୍ଚିଲା ରୁଷ୍‌ ଟିକା ‘ସ୍ପୁଟ୍‌ନିକ ଭି’ର ଦ୍ୱିତୀୟ ବ୍ୟାଚ୍

ହାଇଦ୍ରାବାଦ: ରୁଷ୍‌ ଟିକା ସ୍ପୁଟ୍‌ନିକ ଭିର ଦ୍ୱିତୀୟ ବ୍ୟାଚ୍ ରବିବାର ଦିନ ତେଲେଙ୍ଗାନାର ହାଇଦ୍ରାବାଦରେ ପହଞ୍ଚିଛି।

ଏ ନେଇ ଭାରତରେ ରୁଷିଆର ରାଷ୍ଟ୍ରଦୂତ ନିକୋଲେ କୁଦାଶେଭ୍ କରୋନା ବିରୋଧରେ ରୁଷ୍‌-ଭାରତୀୟ ଲଢେଇକୁ ଏକ ବିଶେଷ ତଥା ସୁବିଧାଜନକ ରଣନୀତିକ ଭାଗିଦାରୀ ଏବଂ ଏକ ପ୍ରଭାବଶାଳୀ ମଡେଲର ଉଦାହରଣ ବୋଲି କହିଛନ୍ତି।

ବିଶ୍ୱର ସର୍ବବୃହତ କରୋନା ଟିକାକରଣ ଅଭିଯାନରେ ଭାରତରେ ବ୍ୟବହୃତ ହେଉଥିବା ସ୍ପୁଟନିକ୍ ଭି ପ୍ରଥମ ବିଦେଶୀ ନିର୍ମିତ ଟିକା ହୋଇପାରିଛି। ହାଇଦ୍ରାବାଦରେ ସ୍ପୁଟନିକ୍ ଭି ଟିକାକରଣ ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।

Comments are closed.