Latest Odisha News

BREAKING NEWS

ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଭୂକମ୍ପ ଅନୁଭୂତ ହୋଇଛି। ଏହାପୂର୍ବରୁ ଆଜି ଉତ୍ତରପ୍ରଦେଶରେ ମଧ୍ୟ ଭୂକମ୍ପ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ପ୍ରାୟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରହିଛି।

ଦିଲ୍ଲୀ ନିକଟସ୍ଥ ନୋଏଡା, ଗାଜିଆବାଦ ସମେତ ଅନେକ ସହରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିସହିତ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା।

ଏହାପୂର୍ବରୁ ବୁଧବାର ରାତିରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଦିଲ୍ଲୀ-ଏନସିଆର ଭୂକମ୍ପରେ ଥରିଥିଲା। ବୁଧବାର ରାତିରେ ହୋଇଥିବା ଏହି ଭୂମିକମ୍ପ ଦେଶର ବିଭିନ୍ନ ରାଜ୍ୟରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପଡୋଶୀ ଦିଲ୍ଲୀ ରହିଥିଲା। ରିପୋର୍ଟ ଅନୁଯାୟୀ ଭୂକମ୍ପର ତୀବ୍ରତା ୬.୩ ରହିଥିଲା। ନେପାଳରେ ହୋଇଥିବା ଏହି ଭୂକମ୍ପରେ ଅନେକ ଘର ନଷ୍ଟ ହୋଇଯାଇଥିଲା। ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ।

Comments are closed.