ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ପୁଣି ଏନକଉଣ୍ଟର ହୋଇଛି। ସୋପୋରର ରାମପୁର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁଯାୟୀ, ରାମପୁର ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କୀମାନେ ଗୁଳିଚାଳନା କରିବା ପରେ ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି।
ସୂଚନା ଅନୁଯାୟୀ, ଏନକାଉଣ୍ଟର ସମୟରେ ସୁରକ୍ଷାବାହିନୀ ଜଣେ ଆତଙ୍କୀକୁ ନିପାତ କରିଛନ୍ତି। ଗତକାଲି ସୋପୋରରେ ସୁରକ୍ଷା ବାହିନୀ ୨ ଜଣ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଆତଙ୍କବାଦୀଙ୍କ ଗୁଳିରେ ନିହତ ଭିଡିଜି ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିବା ପରେ ସୁରକ୍ଷା ବାହିନୀ କିସ୍ତୱାରର କୁନ୍ତୱାଡା ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।
Comments are closed.