ସମ୍ୱଲପୁର: ବୁର୍ଲା ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ ରିସର୍ଚ୍ଚରେ (ଭୀମ୍ସାର) ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଏମବିବିଏସ୍ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୀମ୍ସାର ଡିନ୍ । ଆଣ୍ଟି ରାଗିଂ ସେଲ୍ ଅଭିଯୋଗର ତଦନ୍ତ ଆରମ୍ଭ କରିଛି । କେମିତି ଓ କେଉଁ ପରିସ୍ଥିତିରେ ମେଡିକାଲ୍ କଲେଜ ହଷ୍ଟେଲରେ ରାଗିଂ ହେଲା ୧୦ ଜଣିଆ କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଭୀମ୍ସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି ।
ଅଭିଯୋଗ ଅନୁସାରେ, ତିନି ଦିନ ତଳେ ଭୀମସାର ଦ୍ୱିତୀୟ ବର୍ଷ ଏମ୍ବିବିଏସ୍ ହଷ୍ଟେଲକୁ ଚତୁର୍ଥ ବର୍ଷର କିଛି ଛାତ୍ର ବିଳମ୍ବିତ ରାତିରେ ପଶି ଗାଳିଗୁଲଜ କରିଥିଲେ । ଏସମ୍ପର୍କରେ ଛାତ୍ରମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିରେ ରାଗି ଚତୁର୍ଥ ବର୍ଷର ଛାତ୍ରମାନେ ବୁଧବାର ରାତି ପ୍ରାୟ ସାଢ଼େ ୧୨ଟାରେ ୪ ଓ ୬ ନମ୍ବର ହଷ୍ଟେଲରେ ୬ ଜଣ ଛାତ୍ରଙ୍କୁ ଅଭିଯୋଗ ବାବଦରେ ପଚରାଉଚରା କରିବା ସହ ସେମାନଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି ।
Comments are closed.