Latest Odisha News

BREAKING NEWS

ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ ରହସ୍ୟ ‘ପିଙ୍କ୍ ଆଲୋଭେରା’

କୋରିଆନ ମହିଳାଙ୍କ ତ୍ୱଚା ଉଜ୍ୱଳ ଏବଂ କାଚ ପରି ଚିକ୍କଣ। ଆଜିକାଲି ସୋସିଆଲ ମିଡିଆରେ କୋରିଆନ ବିୟୁଟି ସିକ୍ରେଟର ଅନେକ ଚର୍ଚ୍ଚା ଚାଲିଛି। କୋରିଆନ ଭଳି ତ୍ୱଚା ପାଇବା ପାଇଁ କିଛି ଲୋକେ ଅନେକ ବିୟୁଟି ଟିପ୍ସ ଆପଣାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ ରହସ୍ୟ ବିଷୟରେ। ଏଠାରେ ପିଙ୍କ୍ ଏଲୋବେରା ବା ଗଲାପୀ ରଙ୍ଗର ଘିକୁଆଁରୀ ବ୍ୟବହାର କରାଯାଏ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ଏବଂ ବ୍ୟବହାର କରିବା ପଦ୍ଧତି ବିଷୟରେ….

ଅଧିକାଂଶ ଲୋକେ ନିଜର ତ୍ୱଚାର ଖୁବ ଯତ୍ନ ନିଅନ୍ତି। ଏଥିପାଇଁ ଘରୋଇ ଉପଚାର ମଧ୍ୟ କରନ୍ତି। କେବଳ ସେତିକି ନୁହେଁ, ମୁହଁରେ ବ୍ରଣ ଏବଂ ନଖରେ ଥିବା ସମସ୍ୟା ଦୂର କରିବା ପାଇଁ ଲୋକେ ଡାକ୍ତରଙ୍କ ପାଖକୁ ଯାଆନ୍ତି। କିନ୍ତୁ ଆପଣ ପିଙ୍କ୍ ଆଲୋଭେରା ନାମ ଶୁଣିଛନ୍ତି କି? ଆପଣଙ୍କର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଗୋଲାପୀ ଘିକୁଆଁରୀ ହେଉଛି ସର୍ବୋତ୍ତମ ଔଷଧ।

ପିଙ୍କ୍ ଆଲୋଭେରାର ଅନେକ ଔଷଧୀୟ ଗୁଣ ରହିଛି। ବିଶେଷ କରି ଏହା ଆମ ତ୍ୱଚା ଏବଂ କେଶ ପାଇଁ ବହୁତ ଲାଭଦାୟକ। ଫ୍ରିଜରେ ରଖିବା ପୂର୍ବରୁ ସବୁଜ ଆଲୋଭେରାକୁ ନିୟନ୍ତ୍ରିତ ତାପମାତ୍ରାରେ ରଖାଯାଏ ତାପରେ ଏହାକୁ ଅକ୍ସିଡାଇଜ୍ କରାଯାଏ। ଏହି ପଦ୍ଧତିରେ ସବୁଜ ଆଲୋଭେରା ଗୋଲାପୀ ରଙ୍ଗରେ ପରିଣତ ହୁଏ। ଏହା ସହିତ ଆଲୋଭେରାର ଆଣ୍ଟିଅକ୍ସିଡାଣ୍ଟ ସ୍ତର ବୃଦ୍ଧି ପାଏ।

ଘିକୁଆଁରୀରେ ଆଲୋ-ଇମୋଡିନର ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଗୋଲାପୀ ଘିକୁଆଁରୀରେ ଏହାର ଗୁଣ ଅଧିକ ଦେଖିବାକୁ ମିଳେ। ଆମ ଶୁଷ୍କ ଏବଂ ଆଦ୍ରତା ଚର୍ମରେ ପିଙ୍କ୍ ଆଲୋଭେରା ବ୍ୟବହାର କରିବା ଅନେକ ଲାଭଦାୟକ। ସେହପିର ଏହାର ଜେଲ୍ ମଧ୍ୟ ଆମ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହି ଜେଲ ଆମ ତ୍ୱଚାର ସେଲକୁ ରିପେୟାର କରେ। ଏହାକୁ ଆମେ ମଶ୍ଚରାଇଜର, ଆଷ୍ଟ୍ରିଜେନ ଏବଂ କ୍ଲିନଜର୍ ଭାବେ ବ୍ୟବହାର କରିପାରିବା।

ଗୋଲାପୀ ଘିକୁଆଁରୀ ଆମ ତ୍ୱଜାର ରିଙ୍କଲ ସମସ୍ୟାକୁ ଦୂର କରେ। ଏହା ସହିତ ବ୍ରଣ ଏବଂ ବର୍ଣ୍ଣିଂ ସମସ୍ୟାକୁ ଦୂର କରିଥାଏ। ଏହି ଆଲୋଭେରା ଆମ ଚର୍ମକୁ ପ୍ରଦୂଷଣରୁ ରକ୍ଷା କରିଥାଏ। ଉଭୟ ଅଏଲୀ ଏବଂ ଡ୍ରାଏ ସ୍କିନ୍ ପାଇଁ ଆଲୋଭେରା ଅତ୍ୟନ୍ତ ଲାଭଦାୟକ ଅଟେ। ତ୍ୱଚାକୁ ହାଇଡ୍ରେଟ୍ କରିବାରେ ଗ୍ରୀନ୍ ଆଲୋଭେରା ଅପେକ୍ଷା ପିଙ୍କ୍ ଆଲୋଭେରା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଏ।

Leave A Reply

Your email address will not be published.