Latest Odisha News

BREAKING NEWS

କେନ୍ଦ୍ରାପଡ଼ା ସହର ଓ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ସମେତ ଆଖପାଖ ୪ ପଞ୍ଚାୟରୁ ହଟିଲା ୧୪୪ ଧାରା । ପୂର୍ବରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରି ନେଇଛି ଜିଲ୍ଲା ପ୍ରଶାସନ । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିବା ସହ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ଥିବାରୁ ଗତକାଲି ରାତି ୧୧ଟାରୁ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ । ଜନସାଧାରଣଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ହୋଇଛି ।

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ପ୍ରଶାସନ ୨୪ ତାରିଖ ରାତିରୁ ୧୪୪ ଧାରା ଘୋଷଣା କରିଥିଲା । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ୪ ପଞ୍ଚାୟତ ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ କଟକଣା ଜାରି କରିଥିଲା । ୩୦ ତାରିଖ ଦିନ ୧୧ଟା ଯାଏ ଜାରି ହୋଇଥିଲା ୧୪୪ ଧାରା । ସ୍ଥିତି ସମୀକ୍ଷା ପରେ ୧୪୪ ଧାରା ପ୍ରତ୍ୟାହାର କରିନେଇଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.