Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ। ମହାପ୍ରଭୁଙ୍କ ଝଲକ ଟିକିଏ ଦେଖିବା ପାଇଁ ଭାବବିହ୍ୱଳ ହୋଇ ଚାହିଁ ରହିଛନ୍ତି ଭକ୍ତ।

ଅପରପକ୍ଷରେ କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମହାବାହୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୃଙ୍ଖଳିତ ରଥଟଣା, ଭକ୍ତଙ୍କ ସୁରକ୍ଷା, ଆଇନ-ଶୃଙ୍ଖଳା ପରିସ୍ଥିତି, ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ଏହାବ୍ୟତୀତ ଭିଡ଼ ପରିଚାଳନା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୬୦୦୦ ରାଜ୍ୟ ପୋଲିସ ଅଧିକାରୀ ଏବଂ ସିଏପିଏଫର ୮୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ପାସ୍ ନଥିବା LMV ଗାଡ଼ିଗୁଡ଼ିକ ମାଳତିପାଟପୁରରେ ରେଲୱେ ଓଭର୍ ବ୍ରିଜ୍ (ROB) ଦେଇ ତାଳବଣିଆ ପାର୍କିଂ ଆଡ଼କୁ ଯିବେ। ପାସ୍ ଥିବା LMV ଗାଡ଼ିଗୁଡ଼ିକ ବାଟଗାଁରୁ ଯାତ୍ରୀକା ପାର୍କିଂ ଆଡ଼କୁ ଯିବେ। ତେବେ ସୁଗମ ଯାତାୟାତ ପାଇଁ ଟ୍ରାଫିକ୍ ସୂଚନାଗୁଡ଼ିକୁ ଅନୁସରଣ କରିବ ସହ ସୁରକ୍ଷିତ ଯାତାୟାତ ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛି ପୋଲିସ୍।

Comments are closed.