ମାଲକାନଗିରି:ଛତିଶଗଡ଼ର ସୀମାନ୍ତ ସୁକମା ଏବଂ ବିଜାପୁର ଜିଲ୍ଲାରେ ନକ୍ସଲ ସର୍ଚ୍ଚ ଅପରେସନ ବେଳେ ଦୁଇଟି ସ୍ଥାନରେ ନକ୍ସଲଙ୍କ ସ୍ମାରକୀକୁ ଧ୍ବଂସ କରାଗଲା । ସୁକମାର ଚନ୍ଦାମେଟା ଅଂଚଳକୁ ଯବାନ ସର୍ଚ୍ଚ ଅପରେସନ କରିବାକୁ ଯାଉଥିବା ବେଳେ କେନ୍ଦ୍ରୀୟ କମିଟି ସଦସ୍ୟ ରାମନ୍ନାଙ୍କ ବିରାଟ ସହିଦସ୍ତମ୍ଭ ଦେଖିବାକୁ ପାଇଥିଲେ। ତୁରନ୍ତ ବୋମା ଲଗାଇ ସେହି ସହିଦସ୍ତମ୍ଭକୁ ଧ୍ବଂସ କରିଥିଲେ ।
ବୋମାରେ କେବଳ ତଳ ଅଂଶ ହିଁ ଭୁଷୁଡି ଥିଲା । ଏହାପରେ ଶାବଳ ଏବଂ ଅନ୍ୟ ଲୁହା ଛଡ ସହ ସହିଦସ୍ତମ୍ଭକୁ ଭଙ୍ଗା ଯାଇଥିଲା।
ଏପଟେ ନକ୍ସଲ ମୂଳପୋଛ କରାଯିବା ସହ ସେମାନଙ୍କର ସ୍ମାରକୀକୁ ମଧ୍ୟ ନଷ୍ଟ କରାଯାଉଛି । ନକ୍ସଲ ପ୍ରବଣ ଅଂଚଳରେ ଗଦା ଗଦା ସ୍ମାରକୀ ରହିଥିବାରୁ ତୁରନ୍ତ ଏସବୁକୁ ଧ୍ବଂସ କରିବାକୁ ଗ୍ରାମବାସୀଙ୍କୁ ସହଯୋଗ କରିବାକୁ କୁହାଯାଇଛି ।