Latest Odisha News

BREAKING NEWS

ଟୁଇନ୍ ସିଟିରେ ସଟଡାଉନ୍ କଟକଣା କଡ଼ାକଡ଼ି, ଅମାନିଆଙ୍କ ଉପରେ ପୋଲିସ ଆଖି

ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଟୁଇନ୍ ସିଟିରେ କଟକଣ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଛି । କଟକରେ ୨୫ଟି ଓ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେଉଛି ।

କଟକ ଓ ଭୁବନେଶ୍ୱରର ପ୍ରମୁଖ ଛକଗୁଡ଼ିକରେ ପଇଁତରା ମାରୁଛନ୍ତି ପୋଲିସ କର୍ମଚାରୀ । ଅମାନିଆଙ୍କ ଉପରେ କଡ଼ା ନଜର ରହିଛି । ଜରୁରୀ କାମ ନଥାଇ ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ଯାଞ୍ଚ କରାଯାଉଛି । ବିନା କାମରେ ବାହାରେ ବୁଲୁଥିଲେ ଆଦାୟ ହେଉଛି ଜରାମାନା ।

କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ଅଛନ୍ତି । ସେହିପରି ଭୁବନେଶ୍ୱରରେ ମୁତୟନ ଅଛନ୍ତି ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସର । ମୋ ବସ୍ ସେବା ବନ୍ଦ ରହିଛି ।  କେବଳ ଷ୍ଟେସନ ଓ ଏୟାରପୋର୍ଟରୁ ଯାତ୍ରୀଙ୍କୁ ନେବା ଆଣିବା ଜାରି ରହିଛି । ବନ୍ଦ ରହିଛି ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଗାଡ଼ିମୋଟର ଚଳାଚଳ ।

Comments are closed.