Latest Odisha News

BREAKING NEWS

ବୌଦ୍ଧରେ ମାଓ କ୍ୟାମ୍ପରେ ଚଢାଉ, ବିସ୍ଫୋରକ ସାମଗ୍ରୀ ଜବତ କଲା ସୁରକ୍ଷାବାହିନୀ

ବୌଦ୍ଧ: ଜିଲ୍ଲାର ବୁଢ଼ାଖୋଲ ଜଙ୍ଗଲରେ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସଓଜି) ଓ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ୍)ର ଯବାନ ମିଳିତ କୁମ୍ବିଂ ଅପରେସନ୍ କରିଛନ୍ତି। ନକ୍ସଲଙ୍କ ସହ ଗୁଳି ବିନିମୟ ପରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଗୋଳାବାରୁଦ ଜବତ ହୋଇଛି। ଏହାପରେ ମାଓ କ୍ୟାମ୍ପର ପର୍ଦ୍ଦାଫାସ ହୋଇଛି।

ଘଟଣାସ୍ଥଳରେ ଚଢ଼ାଉ ବେଳେ ବିପୁଳ ପରିମାଣର ଆଇଇଡି, ଲ୍ୟାଣ୍ଡମାଇନ୍, ବିଦ୍ୟୁତତାର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଶିବିରରୁ କିଛି ବ୍ୟାଟେରୀ, ମାଓ ୟୁନିଫର୍ମ ଓ ସାହିତ୍ୟ, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଏନକାଉଣ୍ଟର ପରେ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିବା ସହ ଫେରାର ହୋଇଯାଇଥିବା ମାଓବାଦୀଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ କମ୍ବିଂ ଟିମ୍ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସେନା ବାହିନୀର ଗତିବିଧି ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ ଏବଂ ସୁରକ୍ଷାକର୍ମୀମାନେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ। କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.