Latest Odisha News

BREAKING NEWS

ତେଜୁଛି ଭାଷା ବିବାଦ; ମରାଠୀ କହିନପାରିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ପିଟିଲେ ଏମଏନସି କର୍ମୀ… 

ମୁମ୍ବାଇ: ଦେଶରେ ଭାଷା ବିବାଦ ବଢିବାରେ ଲାଗିଛି। ଫଳରେ ରାଜ୍ଯ ରାଜ୍ୟ ମଧ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି। ନିକଟରେ ମହାରାଷ୍ଟ୍ରରେ ଏମଏନସି କର୍ମୀ ମରାଠୀ ଭାଷା ଜାଣି ନଥିବା ଜଣେ ସୁରକ୍ଷା କର୍ମୀଙ୍କୁ ମାଡ ମାରୁଥିବାର ନଜର ଆସିଛି।

ତେବେ ଏହି ଘଟଣାଟି ମହାରାଷ୍ଟ୍ରର ପୱାଇର ଏକ ସୋସାଇଟିର ଅଟେ ଯେଉଁଠାରେ ଏଲଆଣ୍ଡଟିର ଏକ ବିଲ୍ଡିଂରେ ଜଣେ ସୁରକ୍ଷା କର୍ମୀଙ୍କ ସହ ଜଣେ ମରାଠୀ ବ୍ୟକ୍ତିଙ୍କ ଯୁକ୍ତିତର୍କ ହୋଇଥିଲା। ତେବେ ସେ ଉତ୍ତର ଭାରତର ହୋଇଥିବାରୁ ତାଙ୍କୁ ମରାଠୀ ଜଣା ନଥିଲା ଯାହାଫଳରେ ସେ ମରାଠୀ ରେ କଥାବାର୍ତ୍ତା କରିପାରିନଥିଲେ। ଫଳରେ ଏମଏନସି କର୍ମୀମାନେ ତାଙ୍କୁ ପିଟିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କୁହାଯାଉଛି ଯଦି ଆପଣ ମରାଠୀ ଜାଣିନାହାଁନ୍ତି ତାହେଲେ ଏହି ଭାଷା ଶିଖନ୍ତୁ।

ତେବେ ମରାଠୀ ଗୟା ତେଲ ଲେନେ କହି ମରାଠୀ ଭାଷାର ଅପମାନ କରିଥିବାରୁ ସୁରକ୍ଷା କର୍ମୀଙ୍କୁ ମାଡ ମାରିଥିବା କଥା କର୍ମୀ ମାନେ କହିଛନ୍ତି। ଏହି ଭିଡିଓରେ ସୁରକ୍ଷାକର୍ମୀ ତାଙ୍କ କଥାବାର୍ତ୍ତା ପାଇଁ କ୍ଷମା ମାଗୁଥିବାର ମଧ୍ୟ ନଜର ଆସିଛନ୍ତି।

 

Comments are closed.