ଭୁବନେଶ୍ବର: ଆସନ୍ତା କାଲି ଭୋଟ ଦେବ ଓଡିଶା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ସୁରକ୍ଷା ସୂଚନା ଦେଲେ ପୋଲିସ୍ ଡିଜିପି । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଯେପରି ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ ପାଇଁ ହେବ ସେନେଇ ସୁରକ୍ଷା କଡାକଡି କରାଯାଇଛି । ୯ଟି ଜିଲ୍ଲାରେ ୬୨୮୨ଟି ସ୍ଥାନରେ ୭୨୯୮ଟି ପୋଲିଂ ବୁଥ୍ ରହିଛି । ଯେଉଁଥିରେ କି ୫୩୭ଟି ସ୍ଥାନ ନକ୍ସଲ ପ୍ରଭାବିତ ଅଞ୍ଚଳ । ଏଥିପାଇଁ ୧୭ ହଜାର ପୋଲିସ ଫୋର୍ସ ମୁତୟନ କରାଯିବ । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହାନୀ ଓ ୬୬ ପ୍ଲାଟୁନ ଏସପି ଜଗିବେ । ୬ ଶହ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ । ଗୋଟିଏ ମୋବାଇଲ ପାର୍ଟି ୧୦ ରୁ ୧୨ ଟି ବୁଥ୍ ବୁଲି ରିପୋର୍ଟ ନେବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ଅନ୍ତଃରାଜ୍ୟ ଚେକପୋଷ୍ଟ କରାଯାଇଛି । ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକ୍ ପୋଷ୍ଟରେ ସିସିଟିଭି ମଧ୍ୟ ରହିଛି । ୫୦ଟି ଆନ୍ତଃଜିଲ୍ଲା ଚେକପୋଷ୍ଟରେ ମଧ୍ୟ ଯାଞ୍ଚ କଡାକଡି କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ୨୧୦ ଟି ଫ୍ଲାଇଙ୍ଗ ସ୍କ୍ବାଡ ଓ ୧୯୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଭୋଟ ସରିବା ପରେ ୧୫ ଟି ଷ୍ଟ୍ରଙ୍ଗ ରୁମରେ ଇଭିଏମକୁ ସୁରକ୍ଷିତ ଭାବେ ରଖାଯିବ । ଇଭିଏମ ଇନର ସର୍କଲ ଦାୟିତ୍ବରେ ଅର୍ଦ୍ଧସାମରିକ, ଆଉଟରେ ସର୍କଲ ଦାୟିତ୍ବରେ ଏସଏପି ନିୟୋଜିତ ରହିବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ ନକ୍ସଲ ପ୍ରଭାବିତ ଜିଲ୍ଲା ହୋଇଥିବାରୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାଓ ପ୍ରଭାବିତ ଅଞ୍ଚଳକୁ ହେଲିପ୍ୟାଡରେ ପୋଲିଂ ଟିମ୍ ଯିବେ । ନୂଆପଡାର ସୁନାବେଡାକୁ ୭ଟି ପୋଲିଂ ପାର୍ଟି ହେଲିକପ୍ଟରରେ ଯାଇଛନ୍ତି । ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ଆୟୋଗ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ଡିଜିପି । ଏଥିସହିତ ଏକ ଏୟାର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି ।
BREAKING NEWS
- ଆସନ୍ତା ୧୦ ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ସେପଟେ, କାଳବୈଶାଖୀରେ ତାଣ୍ଡବରେ ୨ ମୃତ
- Road Accident: ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ଚାଲିଗଲା ୩ ଜୀବନ
- ମଣିପୁରରେ ଦୁଇ ଉଗ୍ରବାଦୀ ଗିରଫ; ଦିଲ୍ଲୀ ପୋଲିସର ଇନପୁଟ୍ ଆଧାରରେ କରାଯାଇଥିଲା ସର୍ଚ୍ଚ ଅପରେସନ
- ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍
- ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲରେ ଭାରତକୁ ବ୍ରୋଞ୍ଜ
- Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ
- ‘Sri Beach’ Project:ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ଶ୍ରୀବିଚ୍! ଆଗାମୀ ୧୬ ମାସରେ ଶେଷ ହେବ ପ୍ରକଳ୍ପ
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
Comments are closed.