ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ମଙ୍ଗଳବାର ଦିନ ଉତ୍ତେଜନା ଦେଖାଦେଇଥିଲା। ହିଂସା କାଣ୍ଡ ପରେ ମେଡିକାଲରେ ନିୟୋଜିତ ସୁରକ୍ଷା କର୍ମୀମାନେ ପ୍ରତିବାଦରେ ବସିଛନ୍ତି।
ସୂତ୍ର ଅନୁଯାୟୀ, ଶିଶୁ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଘର ଲୋକେ ହସ୍ପିଟାଲ୍ ପରିସରରେ ହଙ୍ଗାମା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସମୟରେ ଜଣେ ଗାର୍ଡ ଆହତ ହୋଇଥିଲେ। ଯାହାକୁ ନେଇ ସୁରକ୍ଷା କର୍ମୀ ନିଜର ସୁରକ୍ଷା ଦାବି କରି ଆନ୍ଦୋଳନରେ ବସିଛନ୍ତି। ଏପରିକି ସୁରକ୍ଷା ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସୋମବାର ଦିନ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁର ମୃତ୍ୟୁ ପରେ ସ୍ଥିତି ଅଶାନ୍ତ ହୋଇ ପଡିଥିଲା। ଶିଶୁର ବାପା-ମା ଚିକିତ୍ସା ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ ଔଷଧ ଦେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିଥିଲେ ଯାହା ଫଳରେ ଜଣେ ଗୁରୁତର ଆହତ ହୋଇଥିଲେ।
ଏହି ଘଟଣାରେ ହସ୍ପିଟାଲରେ ନିୟୋଜିତ ସୁରକ୍ଷା କର୍ମୀ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନରେ ବସିଥିଲେ।
Comments are closed.