Latest Odisha News

BREAKING NEWS

ସିଦ୍ଧୁ ମୁସେୱାଲା ହତ୍ୟା ପରେ ତିହାର କଏଦୀଙ୍କ ସୁରକ୍ଷା ବଢ଼ିଲା

ଭୁବନେଶ୍ୱର: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଯେଉଁ ସଂଗଠନ ସିଦ୍ଧୁଙ୍କୁ ହତ୍ୟା କରିଥିବା ଦାବି କରୁଛି । ସେହି ଅପରାଧ ସଂଗଠନର ଜଣେ କୁଖ୍ୟାତ ଅପରାଧୀର ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ଅପରାଧୀ ଜଣକ ହେଉଛି- ଲରେନ୍ସ ବିଷ୍ଣୋୟୀ ।

ସୋମବାର ଲରେନ୍ସ ବିଷ୍ଣୋୟୀ ପଞ୍ଜାବ ପୋଲିସ ତଦନ୍ତ ଘେରରୁ ବଞ୍ଚିବା ପାଇଁ କୋର୍ଟକୁ ଯାଇଥିଲେ । ତାଙ୍କୁ ପଞ୍ଜାବ ପୋଲିସ ମୁସେୱାଲା ହତ୍ୟାକାଣ୍ଡରେ ତଦନ୍ତ ପାଇଁ ନେବାକୁ ଚାହୁଁଥିଲା । କିନ୍ତୁ ବିଷ୍ଣୋୟୀ କୋର୍ଟରେ କହିଥିଲେ ଯେ, ତାଙ୍କୁ ପୋଲିସ ଏନକାଉଣ୍ଟର କରିଦେବାର ଆଶଙ୍କା ଅଛି ।

ତିହାର ଜେଲରେ ମୋକ୍କା(ଏମସିଓସିଏ) ଆକ୍ଟ ଅଧୀନରେ ଦୀର୍ଘ ଦିନ ଧରି ବିଷ୍ଣୋୟୀ ଜେଲ ଦଣ୍ଡ କାଟୁଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ୟୁନିଟ୍ ବିଷ୍ଣୋୟୀକୁ ଜେରା କରିଥିଲା । ମୁସେୱାଲା ହତ୍ୟାକାଣ୍ଡ ପରେ ବିଷ୍ଣୋୟୀକୁ ଏକ ସ୍ୱତନ୍ତ୍ର କାରା ଘରେ ରଖାଯାଉଛି । ଏବଂ ସେଠାକାର ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ, ସିସିଟିଭି ସର୍ଭେଲାନ୍ସ ଉନ୍ନତ କରାଯାଇଛି ।

ଲରେନ୍ସ ବିଷ୍ଣୋୟୀ ସହିତ କାଲା ଜଠେରୀ ଏବଂ କାଲା ରାନାକୁ ମଧ୍ୟ ସ୍ପେଶାଲ ୟୁନିଟ୍ ଜେରା କରିଛି । ଏହା ପରେ ସେମାନେ ତଦନ୍ତ ପାଇଁ ପଞ୍ଜାବ ମୁହାଁ ହୋଇଛନ୍ତି ।

Leave A Reply

Your email address will not be published.