ଭୁବନେଶ୍ୱର: ସିଡବଲ.. ଯେଉଁଠି ଫିିଙ୍ଗିଦେବ ଗଛଟିଏ ପାଇବ । ସିଡବଲ ଭରିଦେବ ସବୁଜିମା , କମାଇବ ଗ୍ଲୋବାଲ ୱର୍ମିଂ । ତେଣୁ ଆସ..ସିଡବଲ ଧରିବା । ଯୁଆଡେ ଇଚ୍ଛା ସିଆଡେ ପିଙ୍ଗି ଦେବା । ଆମ ପରିବେଶକୁ ସବୁଜ ସୁନ୍ଦର କରିଦେବା । ଆପଣ ଭାବୁଥିବେ କ’ଣ ଏହି ସିଡବଲ ? କେଉଁଠି ମିଳୁଛି ସିଡବଲ ?
ସିଡବଲ ସବୁଠି ମିଳିବ । ନିଜ ଘରେ ତିଆରି କରିବ । ଏହି ତିଆରି କରିବାର କଳା ଆଜି ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶିଖା ଯାଉଥିଲା । ଆଜି ୟୁନିଟ୍-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ଠାରେ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ଓ ‘ୟୁନିସେଫ୍’ର ସହଭାଗିତାରେ ‘ସିଡ୍ବଲ’ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମାଟି, କାଦୁଅ ଓ କୋକୋପିଟ୍ର ମିଶ୍ରଣରେ ଛୋଟଛୋଟ ମାଟିପିଣ୍ଡୁଳା ତିଆରିକରିବା । ସେହି ମାଟିପିଣ୍ଡୁଳା ମଝିରେ ଗଛର ମଞ୍ଜିକୁ ରଖି “ସିଡ୍ବଲ” ତିଆରି କରିବା । ଏହି ସିଡ୍ବଲକୁ ଯେକୌଣସି ଫାଙ୍କା ସ୍ଥାନରେ ଫୋପାଡି ଦେବା ।
ସେଥିରୁ ଗଛ ସୃଷ୍ଟିହୋଇ ସବୁଜ ପରିବେଶ ସୃଷ୍ଟି ହୋଇପାରିବ । ‘ସିଡ୍ବଲ’ କିପରି ତିଆରି କରିବା, ତାକୁ କିପରି ଉପଯୋଗ କରିବା, ତାହା ପରିବେଶକୁ କେତେ ସୁରକ୍ଷା ଦେଇପାରିବ ଏହି ସଂପର୍କିତ ଏକ କର୍ମଶାଳା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବାପାଇଁ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ଓ ‘ୟୁନିସେଫ୍’ର ସହଭାଗିତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା, ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଓ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସ ନାୟକ ଯୋଗ ଦେଇଥିଲେ ।
ଶ୍ରୀ ଦାସନାୟକ କହିଥିଲେ, ଜୀବଜଗତ ବଂଚିବା ପାଇଁ ଗଛଲତା ନିତ୍ୟାନ୍ତ ଜରୁରୀ । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଲଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଥାଏ । କିନ୍ତୁ ମନୁଷ୍ୟ ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ୍ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂପ ଦିନକୁଦିନ ତାପମାତ୍ରା ବଢିବାରେ ଲାଗିଛି । ବର୍ଷାର ପରିମାଣ କମିକମି ଯାଉଛି । ଜୀବଜଗତ ଜୀବନଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । ସେଥିପାଇଁ ବିଭିନ୍ନ ମାଧ୍ୟମରେ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ । ଆମେ ସମସ୍ତେ ଯଦି ଏହିପରି ସିଡ୍ବଲ ତିଆରିକରି ଫାଙ୍କାସ୍ଥାନ ମାନଙ୍କରେ ପକାଇବା ତାହା ଆଗାମୀ ଭବିଷ୍ୟତ ପିଢିଙ୍କ ପାଇଁ ଅମୂଲ୍ୟରତ୍ନ ପରି କାମ କରିବ ।
ଆମ ଅଜାଣତରେ ଏହି ସିଡ୍ବଲ ଯେ କେତେ ଲାଭ ଦେବ ତାହା କଳ୍ପନା କରିହେବନାହିଁ । ୟୁନିସେଫ୍ ତରଫରୁ ସିପ୍ରା ସକ୍ସେନା, ଅନ୍ୱେଷା ଓ ଅଭିଷେକ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ସାତ୍ତ୍ୱିକ୍ ସୋଲ୍ ଫାଉଣ୍ଡେସନ୍ରୁ ସତ୍ୟବ୍ରତ ବାବୁ ସହଯୋଗ କରିଥିଲେ ।
Comments are closed.