Latest Odisha News

BREAKING NEWS

ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ: ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ। ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଗରିବୀକୁ ମୂଳୋତ୍ପାଟନ କରିବାକୁ ସରକାର ନିର୍ଣ୍ଣାୟକ ଲଢ଼େଇ ଲଢ଼ିବେ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦୀ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । କଂଗ୍ରେସ ଶାସନ କାଳରେ ଚାଷୀଙ୍କ ପାଇଁ ଋଣ ଛାଡ ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ଚାଷୀମାନେ କେବଳ ଭ୍ରମିତ ହୋଇଥିଲେ। ସେତେବେଳେ କ୍ଷୁଦ୍ର ଚାଷୀଙ୍କୁ କୌଣସି ସୁବିଧା ମିଳୁ ନ ଥିଲା। କିନ୍ତୁ ଏହି ୧୦ ବର୍ଷରେ ୧୦ କୋଟି କୃଷକ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ଚାଷୀଙ୍କୁ ୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତର ବିକାଶ ଯାତ୍ରାରେ ଚାରୋଟି ପ୍ରମୁଖ ସ୍ତମ୍ଭ ଅଛି। ଆମ ଦେଶର କୃଷକ, ଯୁବକ, ଗରିବ ଏବଂ ମହିଳା। ଆମର କୃଷି କ୍ଷେତ୍ର ଗତ ୧୦ ବର୍ଷ ଭିତରେ ଲାଭଦାୟକ ହୋଇଛି। ଚାଷୀଙ୍କୁ ସେମାନଙ୍କର ମୂଲ୍ୟ ଦିଆଯାଇଛି। ଚାଷୀଙ୍କୁ ଫସଲ ବୀମାର ସୁବିଧା ଦିଆଯାଇଛି। ଏହାସହିତ ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ଭାରତ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି ଏବଂ ଆଜି ଆମେ ଏହାର ଫଳାଫଳ ପାଇଛୁ। ମହିଳାଙ୍କ ସ୍ବାସ୍ଥ୍ୟ, ସ୍ବଚ୍ଛତା ଏବଂ କଲ୍ୟାଣ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଛୁ ବୋଲି କହିଛନ୍ତି ମୋଦୀ।

Comments are closed.