ରାଂଚୀ: ରାଂଚୀ ବିମାନ ବନ୍ଦରରେ ଭାରତୀୟ କ୍ରିକେଟ ଟିମର ଚୟନ କମିଟି ସଦସ୍ୟ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହୋଇଛନ୍ତି । ରିପୋର୍ଟ ମୁତାବକ ପ୍ରଜ୍ଞାନ ଓଝା ପ୍ରଥମେ କୋହଲିଙ୍କ ସହ କିଛି ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ପରେ ସେ ଯାଇ ଗମ୍ଭୀରଙ୍କ ସହ ମଧ୍ୟ କଥା ହୋଇଥିଲେ । କୋଚ ଗୌତମ ଗମ୍ଭୀର ଓ ଟିମ ମ୍ୟାନେଜମେଂଟ ସଦସ୍ୟଙ୍କ ସହ ସିନିୟର ଖେଳାଳି କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ରହିଥିବା ଖବର ପ୍ରକାଶ ପାଇଛି ।
ସେମାନଙ୍କ ମଧ୍ୟରେ କଥାବାର୍ତା ବନ୍ଦ ହୋଇଥିବା ଜଣାପଡିଛି । ଏହାର ସମାଧାନ ପାଇଁ ଚୟନ କମିଟି ପଦକ୍ଷେପ ନେବା ଆରମ୍ଭ କରିଛି । ବୁଧବାର ବିସିସିଆଇ ଏ ନେଇ ଏକ ବୈଠକ ଡକାଇଛି । ବୈଠକରେ ମତଭେଦ ସମ୍ପର୍କରେ ଆଲୋଚନା ହେବା ସ୍ପଷ୍ଟ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିିନିକିଆରେ କୋହଲି ଆକର୍ଷଣୀୟ ଶତକ ବଳରେ ଭାରତ ରୋମାଂଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି ।