Latest Odisha News

BREAKING NEWS

ଆସନ୍ତା ୧ରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ, ନିଜେ କରିପାରିବେ ପଞ୍ଜିକରଣ

ନୂଆଦିଲ୍ଲୀ: କରୋନା ଟିକାକରଣ ଲାଗି ଆରମ୍ଭ ହୋଇଥିବା CoWIN ଆପରେ ମାର୍ଚ୍ଚ ୧ ତାରିଖରୁ ଆପମ ନିଜେ ନାଁ ପଞ୍ଜିକରଣ କରିପାରିବେ । ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା କୋଭିଡ୍ ଟିକାକରଣ ଏମ୍ପାୱର୍ଡ କମିଟିର ଅଧ୍ୟକ୍ଷ ରାମ ସେବକ ଶର୍ମା ଏନେଇ ସୂଚନା ଦେଇଛନ୍ତି ।

କୋୱିନ୍ ଆପ୍ ଏବେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । ଏବେ ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀ କରୋନା ଭ୍ୟାକ୍ସିନ୍ ପାଇଁ ପଞ୍ଜିକରଣ କରୁଛନ୍ତି । ମାର୍ଚ୍ଚରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଭ୍ୟାକ୍ସିନ୍ ଦିଆଯିବ । ଏଥିସହ ୪୫ରୁ ୬୦ ବର୍ଷ ବୟସ୍କ ଓ କୌଣସି ଗମ୍ଭୀର ରୋଗରେ ଆକ୍ରାନ୍ତଙ୍କୁ ମଧ୍ୟ ଟିକା ଦିଆଯିବ । ଯଦି ଆପଣ କୋଭିଡ୍ ଭ୍ୟାକ୍ସିନ୍ ନେବାକୁ ଯୋଗ୍ୟ ତ ଆରୋଗ୍ୟ ସେତୁ ଆପ୍ ଜରିଆରେ କୋୱିନ୍ ୱେବସାଇଟରେ ପଞ୍ଜିକରଣ କରିପାରିବେ ।

ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ କୋୱିନ୍ ବ୍ୟବହାର କରିହେବ । ୪୫ରୁ ୬୦ ବୟସ୍କ ଯିଏ କି ଗମ୍ଭୀର ରୋଗରେ ଆକ୍ରାନ୍ତ ସେମାନଙ୍କୁ ପଞ୍ଜିକରଣ ଲାଗି ମେଡିକାଲ ସାର୍ଟିଫିକେଟ୍ ଦେବାକୁ ପଡ଼ିବ । ଏହି ବର୍ଗରେ ୨୦ଗୋଟି ରୋଗକୁ ଚିହ୍ନଟ କରାଯାଇଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୌଣସି କାଗଜପତ୍ରର ଆବଶ୍ୟକତା ନାହିଁ । ସେମାନଙ୍କୁ କେବଳ ଆଧାର କାର୍ଡ ମାଧ୍ୟମରେ ବୟସ ଓ ପରିଚୟ ଦେବାକୁ ପଡ଼ିବ ।

Leave A Reply

Your email address will not be published.