Latest Odisha News

BREAKING NEWS

କୌଣସି ପାର୍ଟି ଆଟେଣ୍ଡ କରନ୍ତି ନାହିଁ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କୁ ହିଟ୍ ମେସିନ୍ ବୋଲି କୁହାଯାଇଥାଏ । ଅର୍ଥାତ୍ ବଲିଉଡରେ ସର୍ବାଧିକ ଚଳଚ୍ଚିତ୍ର କରିଥିବା ଅଭିନେତାଙ୍କ ମଧ୍ୟରୁ ସେ ଅନ୍ୟତମ । ଅକ୍ଷୟ କୁମାର ଗୋଟିଏ ବର୍ଷରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥାନ୍ତି । ଅନେକଙ୍କ ଧାରଣା ବଲିଉଡ଼ରେ ନିଜର ସ୍ଥାନ ବଜାୟ ରଖିବାକୁ ହେଲେ ସମସ୍ତଙ୍କ ସହିତ ସମ୍ପର୍କ ରଖିବା ଓ ବିଭିନ୍ନ ପାର୍ଟି ଆଟେଣ୍ଡ କରିବା ଜରୁରୀ । ନ ହେଲେ ଇଣ୍ଡଷ୍ଟ୍ରିଜ୍‌ରେ କାମ କରିବା କଷ୍ଟକର । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅକ୍ଷୟ କୁମାର ବର୍ଷ ବର୍ଷ ଧରି କୌଣସି ପାର୍ଟି ଆଟେଣ୍ଡ କରନ୍ତି ନାହିଁ । ତଥାପି ତାଙ୍କୁ ବେଶୀ ଫିଲ୍ମ କରିବାର ଅଫର ମିଳିଥାଏ । ଲୋକଙ୍କର ଏପରି ଧାରଣାକୁ ସେ ଭୁଲ ପ୍ରମାଣିତ କରିଛନ୍ତି ।

ଯେଉଁମାନେ ଅକ୍ଷୟ କୁମାରଙ୍କୁ ଅତି ନିକଟରୁ ଜାଣିଛନ୍ତି ସେମାନେ ଭଲ ଭାବରେ ଜାଣିଛନ୍ତି ଯେ ଏହି ଅଭିନେତା ଫିଲ୍ମର ସ୍କ୍ରିନିଂ ବ୍ୟତୀତ ଅନ୍ୟ କୌଣସି ପାର୍ଟିରେ କେବେ ବି ଦେଖାଯାଆନ୍ତି ନାହିଁ । ନିକଟରେ କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’ରେ ବଲିଉଡ ପାର୍ଟିରୁ ଦୂରେଇ ରହିବାର କାରଣର ଖୁଲାସା କରିଛନ୍ତି ନିଜେ ଅକ୍ଷୟ । ଏହି ଶୋରେ କପିଲ ଅକ୍ଷୟଙ୍କୁ ପଚାରିଥିଲେ, “ସମସ୍ତେ କୁହନ୍ତି ଯେ, ତୁମେ କୌଣସି ପାର୍ଟିକୁ ଯାଅ ନାହିଁ । ତାର କାରଣ ତୁମକୁ ବି ସେମାନଙ୍କୁ ଏକ ପାର୍ଟି ଦେବାକୁ ପଡିବ ଏବଂ ଅଜଥା ଖର୍ଚ୍ଚ କରିବାକୁ ପଡିବ । ଏହା ସତ ନା ଗୁଜବ?

କପିଲଙ୍କ ଏହି ମଜାଦାର ପ୍ରଶ୍ନକୁ ଅଭିନେତା ଅକ୍ଷୟ ଅତି ମଜାଳିଆ ଉତ୍ତର ଦେଇଥିଲେ । ସେ କହିଥିଲେ ଯେ, ଏହା ସମ୍ପୂର୍ଣ୍ଣ ସତ । ଯେଉଁଥିରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ହସିବାକୁ ଲାଗିଥିଲେ । ମୁଁ ଆପଣଙ୍କୁ କହିବି, ଯେତେବେଳେ ଅକ୍ଷୟ କୁମାର ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ ସହ ‘କଫି ୱିଥ୍ କରନ୍‌\’ରେ ଭାଗ ନେଇଥିଲେ, ସେତେବେଳେ କରନ୍ ମଧ୍ୟ ତାଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ । ଅକ୍ଷୟ କହିଛନ୍ତି ଯେ, ସେ ରାତିରେ ଶୀଘ୍ର ଶୋଇବାକୁ ଏବଂ ସକାଳୁ ଶୀଘ୍ର ଉଠିବାକୁ ପସନ୍ଦ କରନ୍ତି । ସେ ଦୈନିକ ରାତି ୯ ଟାରେ ହିଁ ଶୁଅନ୍ତି । ଜରୁରୀ ନ ଥିଲେ ରାତି ଅନିଦ୍ରା ହୋଇ କାମ କରିବାକୁ ସେ ପସନ୍ଦ କରନ୍ତି ନାହିଁ ।

 

Comments are closed.