Latest Odisha News

BREAKING NEWS

‘ଫ୍ଲୋରିଆ’ ତରଫରୁ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ଆଲୋଚନା ଚକ୍ର

ଭୁବନେଶ୍ବର : ଆମେରିକା ଫ୍ଲୋରିଡାରେ ବସବାସ କରୁଥିବା ଓଡ଼ିଆଙ୍କୁ ନେଇ ଗଠିତ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରାୟ ୩ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅନଲାଇନ୍ ଆଲୋଚନା ଚକ୍ରରେ ଓଲିଉଡର ସୁପରଷ୍ଟାର ମିହିର ଦାସ ମୁଖ୍ୟ ଅତିଥି ତଥା ଗୁରୁକୁଳ ବେଦ ପାଠଶାଳାର ଅଧ୍ୟାପକ ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଓଡ଼ିଶାର ପରମ୍ପରା ତଥା ସଂସ୍କୃତିକୁ ପ୍ରବାସୀ ଓଡ଼ିଆମାନେ କିପରି ଭାବେ ବିଶ୍ବ ଦରବାରରେ ପହଞ୍ଚାଇ ପାରିଛନ୍ତି, ତାଉପରେ ମିହିର ଦାସ ଆଲୋକପାତ କରିଥିଲେ ।

ସେହିପରି ଦୈନଦିନ ଜୀବନଚର୍ଯ୍ୟା ସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅଙ୍ଗାଙ୍ଗି ଭାବେ ଜଡିତ ବୋଲି କହିଥିଲେ ଦାଶଶର୍ମା । ଜଗନ୍ନାଥ ମନ୍ଦିରରେ ହେଉଥିବା ଦୈନିକ ନୀତିକାନ୍ତି ଉପରେ ସେ ବ୍ୟାଖ୍ୟା କରିଥିଲେ । କାର୍ଯ୍ୟକ୍ରମକୁ ଫ୍ଲୋରିଆର ସଦସ୍ୟ ଦେବବ୍ରତ ବିଶ୍ବାଳ ପରିଚାଳନା କରିଥିଲେ । ଦୁବାଇ, କାନାଡା, ମିନିସୋଟା, ଚାରିଲଟ, ବେଙ୍ଗାଳୁରୁ, କାଲିଫର୍ଣ୍ଣିଆରେ ଥିବା ବିଭିନ୍ନ ପ୍ରବାସୀ ଓଡ଼ିଆ ଅନୁଷ୍ଠାନର ପ୍ରତିନିଧିମାନେ ଜଗନ୍ନାଥଙ୍କୁ ନେଇ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଫ୍ଲୋରିଆ ତରଫରୁ ଡକ୍ଟର ଶ୍ୟାମସୁନ୍ଦର ସ୍ବାଇଁ ଜଗନ୍ନାଥ ସଂସ୍କୃତି ତଥା ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏକାଡେମୀ ଅଫ୍ ଓଡ଼ିଶୀ ଡ୍ୟାନ୍ସ ତରଫରୁ ଓଡ଼ଶୀ ନୃତ୍ୟ ମାଧ୍ୟମରେ ମଙ୍ଗଳାଚରଣ ପରିବେଷଣ ହୋଇଥିଲା । କେତକୀ ସ୍ବାଇଁ, ପ୍ରତ୍ୟାଶା ଦାଶ ଏବଂ ଲୀନା ନନ୍ଦ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ।

Comments are closed.