Latest Odisha News

BREAKING NEWS

ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ଏବଂ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ଶନିବାର ଦିନ ନିର୍ବାଚିତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଶନିବାର ଦିନ ଓଡ଼ିଶା ବିଧାନସଭା ଗୃହ ଆରମ୍ଭ ହେବା ମାତ୍ରେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ନୂଆ ବାଚସ୍ପତି ଭାବେ ଘୋଷଣା କରିଥିଲେ । ଏହାପୂର୍ବରୁ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କ ମନୋନୟନ ନିମନ୍ତେ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ନବନିଯୁକ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ ।

ବାଚନିକ ଭୋଟ ପରେ ପରେ ସର୍ବସମ୍ମତି କ୍ରମେ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ରୂପେ ନିର୍ବାଚିତ ହେଲେ ବୋଲି ଘୋଷଣା ହୋଇଥିଲା ।

ଏଠାରେ ସୂଚନାଯୋଗ୍ୟ, ବିରୋଧୀ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ଏହି ପଦ ଲାଗି କୌଣସି ପ୍ରାର୍ଥୀଙ୍କ ନାମ ଆସିନଥିଲା । ଆଜିଠାରୁ ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.