ଅର୍ଚ୍ଚନା ନାଗ ଜାଲରେ ଫସିଛନ୍ତି, ବିଜେଡି ଓ ବିଜେପି ନେତା !
ଚୋରି ମୋବାଇଲ ଖୋଜି ଆଣି ପ୍ରେସମିଟ୍ କରୁଥିବା ପୁଲିସ 'ହନିଟ୍ରାପ' ମାମଲାରେ ନିରବ
ଭୁବନେଶ୍ୱର: ଚୋରି ମୋବାଇଲ ଖୋଜି ଆଣି ଲୋକଙ୍କୁ ହସ୍ତାନ୍ତର କରିବା ବେଳେ ପ୍ରେସମିଟ୍ ଡାକି ବାଃ ବାଃ ନେଉଥିବା କମିଶନରେଟ ପୋଲିସ ନିରବ। ରାଜଧାନୀର ଛାତି ଉପରେ ‘ହନିଟ୍ରାପ’ ମାମଲାକୁ ନେଇ ଚର୍ଚ୍ଚା ଜୋରଧିରି ଥିବା ବେଳେ କମିଶନରେଟ ପୋଲିସର ନିରବତା ଅନେକ କିଛି ଚର୍ଚ୍ଚାକୁ ଜନ୍ମ ଦେଇଛି।
ଅର୍ଚ୍ଚନା ନାଗଙ୍କ ଜାଲରେ ଏବେ କେଉଁ କେଉଁ ବଡ଼ ବଡିଆ ଫସିଛନ୍ତି ଯେଉଁଥିପାଇଁ କମିଶନରେଟ ପୋଲିସ କିଛି ନକହି ବାଧ୍ଯ ହୋଇ ନିରବ ରହୁଛି ବୋଲି କୁହାଯାଉଛି। ଆଉ ମାମଲକା ଚପଇବା ପାଇଁ ବଡ ବଡିଆଙ୍କ ନାମ ଯେମିତି ପଦାକୁ ନଆସିବ ସେଥିପାଇଁ କମିଶନରେଟ ପୋଲିସ ଉପରେ ବାହ୍ଯ ଚାପ ରହୁଥିବା କୁହାଯାଉଛି।
ସେପଟେ ‘ଓଡ଼ିଶା ସମ୍ବାଦ’କୁ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ନାଗଙ୍କ ଦ୍ୱାରା ପରିଚାଳିତ ହନିଟ୍ରାପ୍ ରାକେଟର ଶିକାର ହୋଇଛନ୍ତି ଜଣେ ମନ୍ତ୍ରୀ, ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଜଣେ ବରିଷ୍ଠ ବିଜେଡି ନେତା।
ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ଅଭିଯୋଗରେ ଗୁରୁବାର ରାତିରେ ଗିରଫ ହୋଇଥିବା ଅର୍ଚ୍ଚନା ଏକ ରାକେଟ୍ ଚଳାଇ ଧନୀ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପ୍ରଲୋଭିତ କରୁଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ସମସ୍ତ ଘଟଣାରେ ପ୍ରାୟତଃ ସମାନ ତରିକା ଅପଣାଯାଉ ଥିଲା। ଜଣେ ବ୍ୟକ୍ତିକୁ ଟାର୍ଗେଟ କରିବା ପୂର୍ବରୁ ସେ ଯଥେଷ୍ଟ ଗବେଷଣା କରୁଥିଲେ। ଯାହାର ମେସେଞ୍ଜର ଚାଟିଂ ସ୍କ୍ରିନଶିଟ୍ ମଧ୍ୟ ଶେୟାର ହୋଇଛି।
ପ୍ରଥମେ ସେ ନିଜେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ସିସିଟିଭି କ୍ୟାମେରା ବ୍ୟବହାର କରି ସେହି ଦୃଶ୍ୟଗୁଡ଼ିକୁ ସୁଟିଂ କରିଥିଲେ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରିବା ପାଇଁ ଫୁଟେଜ୍ ବ୍ୟବହାର କରିଥିଲେ। ଆଉ ଏପରି କରି ଅର୍ଚ୍ଚନା କୋଟି କୋଟି ଟଙ୍କା ଆଦାୟ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ରାଜନେତା, ବାବୁ ଏବଂ ବ୍ୟବସାୟୀଙ୍କ ସମେତ ଅନ୍ୟୂନ 15 ଜଣ ଏହି ଜାଲରେ ପଡ଼ିଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଅର୍ଚ୍ଚନାଙ୍କ ସହ ଡିଲ୍ ଅନୁୟାୟୀ ଯେଉଁମାନେ ଟଙ୍କା ଦେଇଥିଲେ ସେମାନଙ୍କ ମଧ୍ୟରେ ଜଣେ ମନ୍ତ୍ରୀ, ବିଜେପିର ଜଣେ ବରିଷ୍ଠ ନେତା ଓ ବିଜେଡିର ଜଣେ ପୁରୁଖା ନେତା ଥିବା ଜଣାପଡ଼ିଛି। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବେଳେ ସେମାନେ ସେହି ଲୋକଙ୍କୁ ଫସାଇବାକୁ ଚେଷ୍ଟା କରିଛନ୍ତି କି ନାହିଁ ତାହା କହିବା ସମୟ ପୂର୍ବରୁ ହେବ ବୋଲି ସେ କହିଛନ୍ତି। କିନ୍ତୁ ଏହି ଦମ୍ପତି ଖୁବ୍ କମ୍ ସମୟ ମଧ୍ୟରେ ଯେଉଁ ସମ୍ପତ୍ତି ଛିଡା କରିଛନ୍ତି, ସେଥିରୁ ଏହା ସ୍ପଷ୍ଟ ଯେ ସେମାନେ ବଡ଼ ବଡ଼ ବ୍ୟବସାୟୀଙ୍କଠାରୁ ବଡ଼ ପରିମାଣର ଟଙ୍କା ଆଦାୟ କରିବାରେ ସଫଳ ହୋଇଛନ୍ତି।
ସେହିପରି ସୋଶିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ଅର୍ଚ୍ଚନା ଜଣେ ଅଜଣା ବ୍ୟକ୍ତିଙ୍କ ସହ ‘ଡିଲ୍’ କରୁଥିବାର ଦେଖିବାକୁ ମିଳିଛି। ଅର୍ଚ୍ଚନା ଅନ୍ୟ ଜଣେ ମହିଳାଙ୍କ ଦ୍ବାରା ବ୍ଲାକମେଲିଂ କରାଇ କୋଟି କୋଟି ଟଙ୍କା ଦାବି କରୁଥିବା ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।
ଗତ ସପ୍ତାହରେ ଜଣେ ମହିଳାଙ୍କ ସହ ପରିଜାଙ୍କ କିଛି ଫଟୋ ଭାଇରାଲ ହୋଇଥିଲା। ଜଣେ ମହିଳା ପରିଜାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ଭିଡିଓ ମଧ୍ୟ କାଷ୍ଟିଂ କାଉଚକୁ ନେଇ ଚିନ୍ତା ବଢ଼ାଇଥିଲା। ପରିଜା ଏହି ଅଭିୟୋଗକୁ ଖଣ୍ଡନ କରିବା ସହ ଅର୍ଚ୍ଚନା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ।
Comments are closed.