Latest Odisha News

[ଭିଡ଼ିଓ] ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକ ମନୋଜ ପାତ୍ର

ରାୟଗଡା: ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକ ମନୋଜ ପାତ୍ର । ଏକ ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ମନୋଜ ପାତ୍ରଙ୍କ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ସାମ୍ବାଦିକଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ବାସଭବନରେ ଲାଗିଥିଲା ଗହଳି।

ମେଡିକାଲରେ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ମନୋଜଙ୍କ ସମ୍ପର୍କୀୟ ଭାଇ ବିନୋଦ ଏବଂ ପୁତୁରା ଚିନ୍ମୟ ପାତ୍ର ଅଭିଯୋଗ ଆଣିଛନ୍ତି।

ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ ସୋମବାର ହସ୍ପିଟାଲ ଅଣାଯାଇଥିଲା । ରାତି ସାଢ଼େ ୯ରୁ ସକାଳ ପର୍ୟ୍ୟନ୍ତ ବିଭିନ୍ନ ଡାକ୍ତର ଦେଖିଥିଲେ। ସକାଳେ ଜଣେ ମହିଳା ଡାକ୍ତର ସବୁକିଛି ଠିକ୍ ଅଛି କହି ଘରକୁ ପଠାଇ ଦେଇଥିଲେ ।

ଘରେ ପହଞ୍ଚିବା ପରେ ଦିନ ୧୦ଟାରେ ସେ ଚେତାଶୂନ୍ୟ ହୋଇପଡ଼ିଲେ । ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ଆଣିବା ପରେ ସେଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମନୋଜଙ୍କ ଭାଇ ବିନୋଦ ।

Comments are closed.