କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ । ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ସାବିତ୍ରୀଙ୍କ ନାଁରେ ମୋହର ବାଜିଛି । ଏନେଇ ସୁପ୍ରିମକୋର୍ଟ ୱେବସାଇଟରେ ସୂଚନା ଦିଆଯାଇଛି । ତେବେ ସାବିତ୍ରୀ ରଥ ଏବେ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଛନ୍ତି ।
ଗଲା ୨୨ ତାରିଖ ଦିନ ଅନୁଷ୍ଠିତ ବୈଠକରେ ରେକର୍ଡ ଅନୁଯାୟୀ ସୁପ୍ରିମକୋର୍ଟ କଲେଜିଅମ ହାଇକୋର୍ଟଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି । ଏହି ବୈଠକରେ ଆଇନଜୀବୀ ସାବିତ୍ରୀ ରଥଙ୍କୁ ବିଚାରପତି ପଦବୀ ଲାଗି ନିଷ୍ପତି ଗ୍ରହଣ ହୋଇଛି । ତେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କେ.ଏସ ଜାଭେରୀ ଅବସର ନେବା ପରେ ବିଚାରପତି ପଦ ଖାଲି ପଡିଛି ।
ଏହି ପଦ ଖାଲିଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ସଂଜୁ ପଣ୍ଡା ଦାୟିତ୍ୱ ତୁଲାଉଥିଲେ । ଗତ ୪ ତାରିଖ ଦିନ ନ୍ୟାୟାଧୀଶ ସଂଜୁଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ମିଶାଇ ୧୩ ଜଣ ବିଚାରପତି ଅଛନ୍ତି ।
Comments are closed.