Latest Odisha News

ପ୍ରଣବ ହେଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟ (ବିଏସ୍ଏସ୍)ର କର୍ମକର୍ତ୍ତାମାନଙ୍କୁ ଶନିବାର ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି।ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୫ ଜଣ ନେତାଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଇଛନ୍ତି।

ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ବିଏସ୍ଏସର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଦେବାଶିଷ ସାମନ୍ତରାୟ ଓ ପ୍ରଭାସ କୁମାର ସିଂହ ଉପଦେଷ୍ଟା ପଦବୀରେ ରହିବେ।

ପ୍ରଫୁଲ୍ଲ କୁମାର ମଲ୍ଲିକ ‘ସାମ୍ମୁଖ୍ୟ’ର ରାଜ୍ୟ ସଭାପତି ହୋଇଥିବା ବେଳେ ସୁବାସ ସିଂହଙ୍କୁ ଏହାର ମହାସଚିବ ଭାବେ ନିଯୁକ୍ତ କରାଯାଇଛି।

ଏହାବ୍ୟତୀତ ୧୦ ଜଣଙ୍କୁ ‘ସାମ୍ମୁଖ୍ୟ’ର କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରୀତିରଞ୍ଜନ ଘଡେଇ, ପ୍ରଣବ କୁମାର ବଳବନ୍ତରାୟ, ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତି, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରାଜୀବ ମହାନ୍ତି ଓ ଜଗଦୀଶ ବିଶ୍ୱାଳ।

Comments are closed.