ଭୁବନେଶ୍ୱର:ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ଆଜି ପରଲୋକ ହୋଇ ଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମ ନେଇଥିବା ବାସୁଦେବ ତାଙ୍କର କ୍ୟାରିୟର ଖବରକାଗଜରୁ ଆରମ୍ଭ କରିଥିଲେ । ସେ ଧରିତ୍ରୀ ସମେତ ବହୁ ଓଡ଼ିଆ ଖବର କାଗଜରେ କାମ କରିଛନ୍ତି ।ସେ କିଛି ଦିନ ପାଇଁ ନକ୍ଷତ୍ର ଟେଲିଭିଜନ ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି । ଏବେ ସେ ନିଜର ଏକ ୱେବ ପୋର୍ଟାଲ ଚଲାଉଛନ୍ତି । ଏଥି ସହ ଫ୍ରିଲାନ୍ସର ଭାବେ ଏକାଧିକ ଜାତୀୟ ଏବଂ ଆଞ୍ଚଳିକ ଗଣମାଧ୍ୟମକୁ ଖବର ଯୋଗାଉଛନ୍ତି ।
ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ଉଭୟେ ଓଡ଼ିଆ ଓ ଇଂରାଜୀ ଭାଷାରେ ଦକ୍ଷତା ଥିଲା । ପରିବାର ଲାେକଙ୍କ କହିବା ଅନୁଯାୟୀ ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ହୋଇଯାଇଥିଲା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed.