Latest Odisha News

BREAKING NEWS

Hostel Ragging:ସିନିୟର ଛାତ୍ରଙ୍କ ମାଡ଼ରେ ୨ ହଷ୍ଟେଲ ଛାତ୍ର ଲହୁଲୁହାଣ; ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତିକୁ ଦାୟୀ…

ରାୟଗଡ଼ା: ମୁନିଗୁଡ଼ା ବ୍ଲକ ଅମ୍ବାଦଳାସ୍ଥିତ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିନିୟର ଛାତ୍ରଙ୍କ ମାଡ଼ରେ ୨ ହଷ୍ଟେଲ ଛାତ୍ର ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତ୍ରରେ ଶୋଇଥିବା ବେଳେ ଦୁଇ/ତିନି ଜଣ ଛାତ୍ରଙ୍କୁ ନିଦରୁ ଉଠାଇ କିଛି ସିନିୟର ଛାତ୍ର ମଶାରି ବନ୍ଧା ହେଉଥିବା ରଡ଼ ଓ ବାଡ଼ିରେନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଆକ୍ରମଣକାରୀ ସିନିୟର ଛାତ୍ରମାନେ ଏହି ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି ।ଆହତ ଛାତ୍ରମାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀର ଓ ଅନ୍ୟଜଣେ ଦଶମ ଶ୍ରେଣୀର ବୋଲି ସୂଚନା ରହିଛି । ଘଟଣା ସଂପର୍କରେ ଆହତ ଛାତ୍ରମାନେ ନିଜ ଅବିଭାବକଙ୍କୁ ଜଣାଇଥିଲେ । ଏହାପରେ ଅଭିଭାବକମାନେ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କ ଖାମଖିଆଲ ନୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ପୋଲିସକୁ ଲିଖିତ ଭାବ‌ରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଅମ୍ବାଦଳା ପୋଲିସ ଗୁରୁତର ଛାତ୍ର ଦୁଇଜଣଙ୍କୁ ଆମ୍ବାଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ପାଇଁ ଆଣିଥିଲେ।

୧ ବର୍ଷ ହେଲା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଅମ୍ବଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଏବଂ ଅଭିଯୋଗ ହେଉଛି। କିନ୍ତୁ ଜିଲ୍ଲା ମଙ୍ଗଳ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.