Latest Odisha News

BREAKING NEWS

ଆତ୍ମଘାତୀ ବିସ୍ଫୋରଣରେ ହକ୍କାନୀ ନେଟୱର୍କର ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ

କାବୁଲ: କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ସମର୍ଥୀତ ହକ୍କାନୀ ନେଟୱର୍କର ମୁଖ୍ୟ କମାଣ୍ଡର ହମଦୁଲ୍ଲା ମୁଖଲିସଙ୍କ ମୃତ୍ୟୁ ଘଟିଛି । ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ହମଦୁଲ୍ଲା ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ କାର୍ଯ୍ୟାଳୟ ବାହାରେ ଥିବା ରାସ୍ତାରେ ପ୍ରଥମ ବ୍ୟକ୍ତି ଭାବେ ଚେୟାର ପକାଇ ବସିଥିଲେ । ଇସଲାମିକ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ।

ଏହା ଫଳରେ ଆଇଏସ ଓ ହକ୍କାନୀ ନେଟୱର୍କ ମଧ୍ୟରେ ଅଶାନ୍ତି ଉପୁଜିବା ଆରମ୍ଭ ହୋଇଛି । ପାକିସ୍ତାନ ଏହା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବ ବୋଲି ଅନୁମାନ କରାଯାଉଛି । ପାକିସ୍ତାନ ହମଦୁଲ୍ଲା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଇଥିଲେ ମଧ୍ୟ ଏହାର ପ୍ରଭାବ କିଛି ପଡି ନ ଥିଲା ।

Leave A Reply

Your email address will not be published.