Latest Odisha News

ଓଡିଶା ସିନିୟର ମହିଳା ହକି ଚାମ୍ପିୟନଶିପ ଆରମ୍ଭ

ରାଉରକେଲା: ହକି ଆସୋସିଏଶନ ଓଡିଶା ପକ୍ଷରୁ ସିନିୟର ମହିଳା ଚାମ୍ପିୟନଶିପ ସ୍ଥାନୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିୟନଶିପରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ସୋମବାର ଅନୁଷ୍ଠିତ ମୁକାବିଲାରେ ନୟାଗଡ ୫-୦ ଗୋଲରେ ସମ୍ବଲପୁରକୁ, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା ୮-୦ ଗୋଲରେ କେନ୍ଦ୍ରାପଡାକୁ, ଦେଓଗଡ ୬-୦ରେ ରାୟଗଡାକୁ, ଓଡିଶା ସେକ୍ରେଟାରୀଏଟ ୫-୦ ଗୋଲରେ ଏସଏମଏସ ହକି ଏକାଡେମୀକୁ, ଢ଼େଙ୍କାନାଳ ୬-୦ ଗୋଲରେ ଗଜପତିକୁ,ଓଡିଶା ପୋଲିସ ୫-୦ ଗୋଲରେ କୋରାପୁଟକୁ ଏବଂ ଗାଙ୍ଗପୁର ହକି ଆସୋସିଏଶନ ୭-୦ ଗୋଲରେ ଝାରସୁଗୁଡାକୁ ପରାସ୍ତ କରିଛି । ସେପ୍ଟମ୍ବର ୨୬ରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ ।

ଓଡିଶାରେ ହକିର ଯେଉଁଭଳି ଉନ୍ନତି ଘଟୁଛି ସେଥିନେଇ ବ୍ୟକ୍ତିଗତ ଭାବେ ବେଶ ଖୁସୀ ଅଛି ବୋଲି ହକି ଆସୋସିଏଶନ ଅଫ ଓଡିଶାର ସଭାପତି ଦିଲୀପ ତିର୍କୀ କହିଛନ୍ତି । ରାଜ୍ୟର ହକି ପ୍ରତିଭାକୁ ଚିହ୍ନଟ କରିବା ପାଇଁ ଏହି ଚାମ୍ପିୟନଶିପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ମ୍ୟାଚଗୁଡିକ ଏକତରଫା ହୋଇଥିବା ବେଳେ ଆଗକୁ ଏହା ବେଶ ରୋମାଂଚକର ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.