Latest Odisha News

ଭୋଟ ଗଣତି ମଧ୍ୟରେ ଷ୍ଟକ ବଜାରରେ ବଡ ହ୍ରାସ: ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ, ସେୟାର ମାର୍କେଟ ଡାଉନ

ମୁମ୍ବାଇ: ଦେଶରେ ଜାରି ରହିଛି ଭୋଟ ଗଣତି। ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ ରହିଛି। ଆଜି ଲୋକସଭା ଭୋଟ ଗଣତି ଜାରି ରହିଥିବାବେଳେ ଷ୍ଟକ ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ ପାଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ସକାଳ ସାଢେ ୯ଟା ସୁଦ୍ଧା ୩.୦୩ ପ୍ରତିଶତ ବଡ ହ୍ରାସ ସହ ୨୨,୫୫୭ ରହିଛି । ସେନସେକ୍ସ ୩ ପ୍ରତିଶତ ଖସି ୭୪,୧୦୭ରେ କାରବାର କରୁଛି । ଯାହାକୁ ନେଇ ଷ୍ଟକ ବଜାରରେ ହଲଚଲ ଆରମ୍ଭ ହୋଇଯାଇଛି ।

ଗତକାଲି ଏକଜିଟ ପୋଲରେ ମୋଦୀ ୩.୦ ଆସିବ ପରେ ଏବେ ସର୍ବକାଳୀନ ରେକର୍ଡ ଛୁଇଁଥିଲା ଷ୍ଟକ ବଜାର । ସେନସେକ୍ସ ଏବଂ ନିଫ୍ଟି ସବୁ ରେକର୍ଡ ପାର କରିଥିଲା । ଶୁକ୍ରବାର ବନ୍ଦ ତୁଳନାରେ ସୋମବାର ବିଏସଇ ସେନସେକ୍ସ ୨୦୦୦ ପଏଣ୍ଟ ଉଛୁଳି କାରବାର ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ସେନସେକ୍ସ ୨୫୦୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩୩ ପଏଣ୍ଟ ବୃଦ୍ଧି ସହ ୨୩,୨୬୪ ପଏଣ୍ଟରେ ବନ୍ଦ ହୋଇଥିଲା ।

ଫଳରେ ବ୍ୟାଙ୍କିଙ୍ଗ ସେକ୍ଟରଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ, ସବୁ କ୍ଷେତ୍ରର କମ୍ପାନୀଗୁଡିକର ସେୟାର ମୂଲ୍ୟରେ ବଡ ବୃଦ୍ଧି ଘଟିଥିଲା। ଆଜି ଲୋକସଭା ଫଳାଫଳ ଆସିବାକୁ ଥିବାରୁ ଷ୍ଟକ ବଜାରରେ ନୂଆ ରେକର୍ଡ ସ୍ଥାପନ ହେବ ବୋଲି ଆଶା କରାଯାଉଥିଲା । ହେଲେ ଆଜି ବଜାର ଖୋଲିବା ପରେ ଉଭୟ ବିଏସଇ ସେନସେକ୍ସ ଏବଂ ଏନଏସଇର ନିଫ୍ଟିରେ ବଡ ହ୍ରାସ ଦେଖିବାକୁ ମିଳିଛି ।

Comments are closed.