Latest Odisha News

BREAKING NEWS

ୟୁଏସ ଓପନ ଟେନିସ : ସେମିରେ ହାରିଲେ ସେରେନା, ଆଜରେଙ୍କା-ଓସକା ଟାଇଟଲ ମୁକାବିଲା

ୱାଶିଂଟନ:ୟୁଏସ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ଲାଇନଅପ ଚୂଡାନ୍ତ ହୋଇଛି । ବେଲାରୁଷର ଭିକ୍ଟୋରିଆ ଆଜରେଙ୍କା ଓ ଜାପାନର ନାଓମି ଓସକା ମଧ୍ୟରେ ଶନିବାର ଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ମୁକାବିଲାରେ ଆଜରେଙ୍କା ଆମେରିକାର ସେରେନା ୱିଲିୟମ୍ସଙ୍କୁ ୧-୬, ୬-୩, ୬-୩ ସେଟରେ ପରାସ୍ତ କରିଥିଲେ । ଏଥିସହ ସେରେନାଙ୍କ ରେକର୍ଡ ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ଆଶା ପୁନର୍ବାର ଘୁଂଚିଯାଇଛି ।

ପ୍ରଥମ ସେଟରେ ସେରେନା ସହଜ ବିଜୟ ହାସଲ କରିଥିଲେ ମଧ୍ୟ ଏହା ପରେ ବାକି ୨ଟି ସେଟରେ ଆଜରେଙ୍କା ସଫଳତାର ସହ ପ୍ରତ୍ୟାବର୍ତନ କରି ମ୍ୟାଚକୁ ହାତମୁଠାକୁ ନେଇ ଯାଇଥିଲେ । ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଓସାକା ୭-୬, ୩-୬ ଓ ୬-୩ ସେଟରେ ଆମେରିକାର ଜେନେିଫର ବ୍ରେଡିଙ୍କୁ ହରାଇଥିଲେ ।

Leave A Reply

Your email address will not be published.