Latest Odisha News

BREAKING NEWS

ଫ୍ରେଂଚ ଓପନ: ସେରେନାଙ୍କୁ ବିଦା କଲେ ଏଲିନା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ସୋମବାର ମହିଳା ସିଙ୍ଗଲ୍ସ ମୁକାବିଲାରେ ଆମେରିକା ସେରେନା ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି କାଜାକସ୍ତାନର ଏଲିନା ରିବାକିନା । ପ୍ରି-କ୍ୱାର୍ଟର ମୁକାବିଲାରେ ୧୯ ବର୍ଷୀୟା ଏଲିନା ୬-୩, ୭-୫ ସିଧାସଳଖ ସେଟରେ ବିଜୟ ହାସଲ କରିଥିଲେ ।

ଏଲିନାଙ୍କ ବ୍ୟତୀତ ଅନାସ୍ତାସିଆ, ପାଉଲା ବଡୋସା ଓ ତମାରା ଜିଦାନସେକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ବିଭାଗରେ ସ୍ପେନର ଆଲଜେନ୍ଦ୍ରୋ ଡେଭିଡୋଭିଚ ଫୋକିନା ୬-୪, ୬-୪, ୪-୬ ଓ ୬-୪ ସେଟରେ ଆର୍ଜେଂଟିନାର ଫେଡରିକୋ ଡେଲବୋନିସଙ୍କୁ ହରାଇ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

Comments are closed.