Latest Odisha News

BREAKING NEWS

ଫ୍ରାନ୍ସ ଅଭିମୁଖେ ବିକିନୀ କିଲର, ନେପାଳ ଆସିବା ଉପରେ ଆଜୀବନ କଟକଣା

ଦୋହା: କୁଖ୍ୟାତ ବିକିନ କିଲର ଚାର୍ଲସ ଶୋଭରାଜ ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି । ଜେଲରୁ ବାହାରିବା ପରେ ତ୍ରିଭୁବନ ବିମାନ ବନ୍ଦର ତାଙ୍କୁ ନିଆଯାଇଥିଲା । ଏହାପରେ କାତାର ଏୟାରୱେଜ ବିମାନରେ ତାଙ୍କୁ ଫ୍ରାନ୍ସ ପଠାଯାଇଛି । ପ୍ରଥମେ ସେ ଦୋହା ଯିବେ, ସେଠାରୁ ଆଉ ଏକ ବିମାନରେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବେ । ଶୋଭରାଜଙ୍କ ନେପାଳ ଆସିବା ଉପରେ ଅଜୀବନ କଟକଣା ଲଗାଯାଇଛି । ୧୯୭୦ ଦଶକରେ ଏହି ସିରିୟଲ କିଲର ଆତଙ୍କ ସୃଷ୍ଟି କରିଥିଲେ । ଏବେ ସେ ଦୀର୍ଘ ଦିନ ଧରି ନେପାଳ ଜେଲରେ ବନ୍ଦୀ ଥିଲେ । ସୁପ୍ରିମକୋର୍ଟ ୧୫ ଦିନ ମଧ୍ୟରେ ତାଙ୍କୁ ଫ୍ରାନ୍ସ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଶୋଭରାଜ ଆଉ କିଛି ଦିନ ରହି ଗଙ୍ଗାଲାଲ ଡାକ୍ତରଖାନାରେ ମେଡିକାଲ ଚେକଅପ କରିବାକୁ ଚାହୁଁଥିଲେ । ସେଠାରେ ସେ ୨୦୧୭ରେ ହାର୍ଟ ସର୍ଜରୀ କରିଥିଲେ ।

ନେପାଳ ସରକାର କୌଣସି ପ୍ରକାରର ବିପଦ ମୁଣ୍ଡେଇବାକୁ ଚାହୁଁ ନ ଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ତାଙ୍କୁ ପଠାଇବା ବ୍ୟବସ୍ଥା କରାଇଥିଲେ । ଶୋଭରାଜଙ୍କ ବାପା ଭାରତୀୟ ଓ ମାଆ ଭିଏତନାମର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଫ୍ରାନ୍ସର ନାଗରିକତା ରହିଛି ।

Leave A Reply

Your email address will not be published.