Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା,ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ମାଲକାନଗିରି: ମାଲକାନଗିରି ଡିଏମକେ ଛକରେ ସିରିଜ୍‌ ଦୁର୍ଘଟଣା । ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ମହିଳା ସଫେଇ କର୍ମଚାରୀଙ୍କୁ ଧକ୍କାଦେଇ ସାଇକେଲକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ସଫେଇ କର୍ମଚାରୀ ମୃତ, ସାଇକେଲ ଆରୋହୀ ଗୁରୁତର । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଟ୍ରକ୍‌ ଡ୍ରାଇଭର ଫେରାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମାଲକାନଗିରି ସଦର ମହକୁମା ଡିଏମକେ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ମହିଳା ସଫେଇ କର୍ମଚାରୀଙ୍କ ଉପରେ ଚଢ଼ି ଯାଇଥିଲା। ତା’ପରେ ଜଣେ ସାଇକଲ ଚାଳକଙ୍କୁ ଧକ୍କା ଦେଇଥିଲା । ଟ୍ରକର ଆଗ ଚକ ତଳେ ପଡ଼ି ମହିଳା କର୍ମଚାରୀ ଜଣାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସେପଟେ ସାଇକଲ ଚାଳକ ଜଣଙ୍କ ଗୁରୁତର ଅଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସମ୍ପର୍କରେ ମୃତ ମହିଳା ଏବଂ ଗୁରୁତର ହୋଇଥିବା ସାଇକଲ ଚାଳକ ମା’ ପୁଅ । ପୁଅ ସକାଳୁ ମା’ଙ୍କୁ କର୍ମ କ୍ଷେତ୍ରକୁ ଛାଡିବାକୁ ଆସିଥିଲା । ସେଠାରେ ମା’ଙ୍କୁ ଛାଡି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ଉଭୟ ମା’ ପୁଅ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

 

Leave A Reply

Your email address will not be published.