Latest Odisha News

ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସେରୋ ସର୍ଭେ । ଏଥିପାଇଁ ଆରଏମଆରସି ଲୋକଙ୍କ ନମୁନା ସଂଗ୍ରହ କରୁଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ସର୍ଭେ ।

ମୋଟ୍ ୬ହଜାର ୬୮୦ ଓ ପ୍ରତି ଜିଲ୍ଲାରୁ ଶହେ ଲେଖାଏ ସ୍ୱାସ୍ଥ୍ୟକର୍ମୀଙ୍କ ନମୁନା ସଂଗ୍ରହ କରାଯିବ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏ ଏହି ୧୨ ଜିଲ୍ଲାରୁ ନମୁନା ସଂଗ୍ରହ ଚାଲିବ । ଏଥିପାଇଁ ଆରଏମଆରସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ନମୁନା ସଂଗ୍ରହର ତଦାରଖ ପାଇଁ ସବୁ ଜିଲ୍ଲାରେ ଜଣେ ନୋଡାଲ ଅଧିକାରୀ ରହିଛନ୍ତି । ସମ୍ପୃକ୍ତ ଅଧିକାରୀଙ୍କ ସମସ୍ତ ତଥ୍ୟ ଜିଲ୍ଲାପାଳମାନେ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ପଠାଇବେ । କରୋନାର ଦ୍ୱିତୀୟ ଲହରରେ ଲୋକଙ୍କ ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ଜାଣିବା ପାଇଁ ସେରୋ ସର୍ଭେ ଆରମ୍ଭ ହୋଇଛି । ସେରୋ ସର୍ଭେ କରିବା ପାଇଁ ରାଜ୍ୟମାନଙ୍କୁ କହିଥିଲେ କେନ୍ଦ୍ର ସରକାର ।

Leave A Reply

Your email address will not be published.