ଭୁବନେଶ୍ୱର: ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହେବ। ଦୁଇ ଦିନ ଧରି ହେବାକୁ ଥିବା ଏହି ସର୍ଭେ ରେ ବିଭିନ୍ନ ବୟସର ଦୁଇଶହ ଜଣଙ୍କୁ ସାମିଲ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ ଟି ୱାର୍ଡ କୁ ନେଇ ଏହି ସର୍ଭେ ଆରମ୍ଭ ହେବ। ଏଥିପାଇଁ୫ ଜଣ ୱାର୍ଡ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ବିଏମ୍ସି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ୱାର୍ଡ ନଂ ୮,୧୫,୩୨,୪୧,୬୩ ରେ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ। ପୂର୍ବରୁ ରାଜ୍ୟରେ ହୋଇଥିବା ସେରୋ ସର୍ଭେ ରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା ।
ଏଥର ବୟସ୍କ ଲୋକ ଓ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯିବ ବୋଲି ନିଷ୍ପତି ହୋଇଛି।କରୋନା ଟିକାକରଣ ପରେ କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଏହି ମୁନୁନା ମାଧ୍ୟମରେ ଜଣାପଡିବ ଜଣା ପଡିବ ବୋଲି ଆରଏମଆରସି ପକ୍ଷରୁ କୁହାଯାଇଛି। ପ୍ରଥମେ ୧୨ ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ ।
ଖୋର୍ଦ୍ଧା ,ପୁରୀ,ଯାଜପୁର,ମୟୂରଭଞ୍ଜ,ବାଲେଶ୍ୱର,ସମ୍ବଲପୁର,ଝାରସୁଗୁଡା,କେନ୍ଦୁଝର,ସୁନ୍ଦରଗଡ,କନ୍ଧମାଳ,କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ରହିଛି । ସ୍ୱାସ୍ଥ୍ୟ କର୍ମୀ ଓ କମ୍ୟୁନିଟି ନମୁନାକୁ ମିଶାଇ ସମୁଦାୟ ୬୬୮୦ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡିଛି।
Comments are closed.