Latest Odisha News

ତୁରନ୍ତ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି, ଆମରଣ ଅନଶନ ଚେତାବନୀ ଦେଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲାଯାଉ । ଭକ୍ତଙ୍କ ଧାର୍ମିକ ଅଧିକାର କୁ ପ୍ରଶାସନ ବଞ୍ଚିତ ନ କରୁ । ତୁରନ୍ତ ଜଗନ୍ନାଥ ପ୍ରେମୀ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ନହେଲେ ସେ ଖୁବ ଶୀଘ୍ର ଆମରଣ ଅନଶନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଚଳିତବର୍ଷର ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଏହି ଦାବି ଉଠାଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ସେ କହିଛନ୍ତି ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ନ ଖୋଲିବା ଅତି ଦୁଃଖ ଦାୟକ । ଏହା ଦ୍ବାରା ଭକ୍ତଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଶ୍ରୀମନ୍ଦିର ର ପରମ୍ପରା ଅନୁଯାୟୀ ଚାରି ଦ୍ଵାର ଧର୍ମ, ଅର୍ଥ, କାମ ଓ ମୋକ୍ଷ ର ଦ୍ୱାର । ଭକ୍ତ ମାନେ ବିଭିନ୍ନ ମନସିକ ନେଇ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ହେଲେ ଚାରି ଦ୍ୱାର ବନ୍ଦ କରାଯାଇ କେବଳ ସିଂହ ଦ୍ୱାର ଭକ୍ତଙ୍କ ପାଇଁ ଖୋଲା ରହିବା ଭକ୍ତ ଙ୍କ ଧାର୍ମିକ ଅଧିକାର କୁ କ୍ଷୁର୍ଣ୍ଣ କରୁଛି ।

ଏହା ବ୍ୟତୀତ ଶ୍ରୀମନ୍ଦିର ଚାରି ଦ୍ଵାର ପ୍ରଵେଶ ଉପରେ କଟକଣା ଯୋଗୁଁ ଭକ୍ତ ମାନେ ବହୁତ୍ ହଇରାଣ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନରେ ରହୁଛନ୍ତି ଭକ୍ତ । ଏହା ଦ୍ବାରା ବରିଷ୍ଠ ନାଗରିକ, ମହିଳା, ଶିଶୁ ମାନେ ବେଶ୍ ଅସୁବିଧା ଭୋଗୁଛନ୍ତି । ସେହିପରି ଶ୍ରୀମନ୍ଦିର ଚାରି ଦ୍ୱାର ପ୍ରଵେଶ କଟକଣା ଯୋଗୁ ଭକ୍ତ ଆର୍ଥିକ ଶୋଷଣ କରାଯାଉଅଛି । କେତେକ ଅସାଧୁ ପୋଲିସ୍ କର୍ମଚାରୀ, ଜଗନ୍ନାଥ ମନ୍ଦିର ର ଥିବା ସ୍ଵତନ୍ତ୍ର ପୋଲିସ୍ ତଥା ଜେଟିପି ମାନେ ଭକ୍ତ ଙ୍କୁ ବିଭିନ୍ନ ଦ୍ବାରରେ ପ୍ରଵେଶ ବେଳେ ଟଙ୍କା ଦେବା ପାଇଁ ଦାବି କରୁଛନ୍ତି ଏହା ଦ୍ୱାରା ପୋଲିସ୍ କର୍ମଚାରୀ, ଜେଟିପି ବେଆଇନ ଭାବେ ଭକ୍ତ ଙ୍କ ପରିସ୍ଥିତି ରୁ ଫାଇଦା ଉଠାଇ ଭକ୍ତ ଙ୍କ ଠାରୁ ଶ୍ରୀମନ୍ଦିର ପ୍ରବେଶ ନେଇ ଟଙ୍କା ନେଉଛନ୍ତି ।

ଅନେକ ସମୟରେ ଭକ୍ତଙ୍କୁ ପୋଲିସ୍ ଓ ଜେଟିପି ଖରାପ ବ୍ୟବହାର ବି ପ୍ରଦର୍ଶନ କରୁଛନ୍ତି ବୋଲି ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି । ସେପଟେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଭକ୍ତଙ୍କ ଦାବି ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏ ନେଇ ସରକାରଙ୍କ ସହ ଆଲୋଚୋନା କରାଯାଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି ।

Comments are closed.